IND vs BAN 2nd ODI: ମ୍ୟାଚ୍ ଜିତିବା ନେଇ ଦଳର ମନୋବଳ ଦୃଢ ରହିଛି କହିଲେ ଧାୱନ

By

Published : Dec 6, 2022, 10:16 PM IST

Updated : Feb 3, 2023, 8:35 PM IST

thumbnail

ହାଇଦ୍ରାବାଦ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆସନ୍ତାକାଲି (ବୁଧବାର) ଦ୍ବିତୀୟ ଦିନିକିଆରେ ବାଂଲାଦେଶକୁ ଭେଟିବ ଭାରତ । ଏହି ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି । ତେବେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପାଇଁ ମେନ୍ ଇନ୍ ବ୍ଲୁ ଅପ୍ରାଣ ଉଦ୍ୟମ କରିବ । ଏନେଇ ଅଭିଜ୍ଞ କ୍ରିକେଟର ଶିଖର ଧାୱନ କହିଛନ୍ତି, "ଦ୍ବିତୀୟ ଦିନିକିଆ ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆର ଆତ୍ମବିଶ୍ବାସ ରହିଛି । ପ୍ରଥମ ଦିନିକିଆରେ ଆମେ ଭଲ ଖେଳିପାରିନଥିଲୁ । ହେଲେ ବାଂଲାଦେଶ ସହିତ ମ୍ୟାଚ୍ ବହୁତ କୌତହଳପୂର୍ଣ୍ଣ ରହିଥିଲା । ସେମାନେ ଭଲ ଖେଳିଥିଲେ । ଏହା ପ୍ରଥମ ଥର ନୁହେଁ ଯେ ଆମେ ପରାସ୍ତ ହୋଇଛୁ । ଏଭଳି ସ୍ଥିତିରେ ମ୍ୟାଚରେ କିଭଳି ବାଉନ୍ସ ବ୍ୟାକ୍ କରିହେବ ତାହା ଦଳକୁ ବେଶ୍ ଭଲ ଭାବରେ ଜଣା ଅଛି ।"

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.