ଜଳବନ୍ଦୀ କଟକ: ଲୋକଙ୍କ ଘର ଭିତରେ ପଶିଲା ପାଣି

By

Published : Jul 15, 2023, 2:27 PM IST

thumbnail

କଟକ: ବର୍ଷାରେ ବେହାଲ କଟକ । କେଇ ଘଣ୍ଟାରେ ଭାସିଲା ସିଲଭରସିଟି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ସହରର ମେରିଆ ବଜାରରେ ଲୋକଙ୍କ ଘର ଭିତରେ ପାଣି ପଶିଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ । ବର୍ଷା ପାଣି ସାଙ୍ଗକୁ ଡ୍ରେନ ପାଣି ରାସ୍ତାରେ ଏକାକାର ହୋଇଯାଇଛି । ଯାହାକୁ ଦେଖି କଟକ ଆସିଥିବା ବାହାର ରାଜ୍ୟର ପର୍ଯ୍ୟଟକ ନିନ୍ଦା କରିଛନ୍ତି । ବିହାରର କିଛି ଲୋକେ କଟକ ଆସିଥିବା ବେଳେ ବିହାର ଠାରୁ ଏଠାରେ ସ୍ବଚ୍ଛତା ଅତ୍ୟନ୍ତ ଖରାପ ବୋଲି କହିଛନ୍ତି । ସ୍ୱଚ୍ଛତା ଅଭିଯାନର ବିପରୀତ ଚିତ୍ର କଟକରେ ଦେଖିବାକୁ ମିଳିଛି । ବର୍ଷା ପରେ କଟକର ବାଦାମବାଡ଼ି, ରକସି ଲେନ, ରୋଭର ଷ୍ଟିଟ, ମେରିଆ ବଜାର, ସୁତାହାଟ ଆଜି ଅଞ୍ଚଳ ଜଳବନ୍ଦୀ ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଆରମ୍ଭ କରିଛି । ଯଦି ଏତିକି ବର୍ଷାରେ ସ୍ଥିତି ଏମିତି, ତେବେ ଆଗକୁ ବଡ ବର୍ଷା ହେଲେ ଅବସ୍ଥା କ'ଣ ହେବ ଏଥିରୁ ଅନୁମେୟ  ।

 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.