ନୀଳଗିରି ରେମୁଣା ରାସ୍ତା ହେବ ସୁଗମ, ୧୨୬ କୋଟି ଟଙ୍କା ବ୍ୟୟ ବରାଦ

By

Published : Jul 29, 2023, 10:34 PM IST

thumbnail

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ରେମୁଣା ଓ ନୀଳଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ନୀଳଗିରି ଝରଣା ଘାଟି ସଡ଼କର ଶିଳାନ୍ୟାସ କରାଯାଇଛି। ଏହାକୁ କେନ୍ଦ୍ର ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରି ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ନୀଳଗିରି କେସି ହାଇସ୍କୁଲ ପଡ଼ିଆରେ ଏନେଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ବିକେ ସିଂହ ଯୋଗ ଦେଇଥିଲେ। 19 ନମ୍ବର ରାଜ୍ୟ ରାଜପଥ ଅଧୀନ 31 କିଲୋମିଟର ବ୍ୟାପୀ ଏହି 4 ଥାକିଆ ରାସ୍ତା ମୟୂରଭଞ୍ଜ ସୀମାକୁ ସଂଯୋଗ କରୁଥିବା ବେଳେ ଏହା ଦ୍ଵାରା ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ସୁଗମ ହେବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ଏହି ରାସ୍ତା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ହେବା । ଉଭୟ କୁଲଡ଼ିହା ଓ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ପଞ୍ଚଲିଙ୍ଗେଶ୍ଵର ମନ୍ଦିରକୁ ପର୍ଯ୍ୟଟକମାନଙ୍କ ପାଇଁ ଯାତାୟାତରେ ସୁଗମ ହେବ ବୋଲି କୁହାଯାଇଛି । ଏହି ସଡ଼କ ନିର୍ମାଣ ପାଇଁ ୧୨୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । 
 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.