ନିର୍ବାଚନ ବେଳେ ଅପରାଧ ରୋକିବ 'ତ୍ରିଶୂଳ'

By ETV Bharat Odisha Team

Published : Jan 8, 2024, 5:53 PM IST

thumbnail

Trisul Yojana: କଟକ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନକୁ ନଜରରେ ରଖି ସଜବାଜ ହେଲାଣି କଟକ କମିଶନରେଟ ପୋଲିସ । ନିର୍ବାଚନକୁ ଅପରାଧ ମୁକ୍ତ କରିବା ଲାଗି କମିଶନରେଟ ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅପରେସନ 'ତ୍ରିଶୂଳ' । ପୂର୍ବରୁ ଅପରେସନ୍ 'ତ୍ରିଶୂଳ' ଜରିଆରେ ପୋଲିସ ବେଆଇନ ବନ୍ଧୁକ କାରବାର ରୋକିବାରେ କିଛି ମାତ୍ରାରେ ସଫଳ ହୋଇଥିଲା । ଏଥର ମଧ୍ୟ ସହରକୁ ବେଆଇନ ବନ୍ଧୁକମୁକ୍ତ କରାଯିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି।  

ଏହା ମଧ୍ୟ ପଢନ୍ତୁ...କମିଶନରେଟ୍ ପୋଲିସର ୧୬ତମ ପ୍ରତିଷ୍ଠା ଦିବସ ପାଳିତ

ନିର୍ବାଚନକୁ ଅପରାଧ ମୁକ୍ତ କରିବା ଲାଗି ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ କମିଶନରେଟ ପୋଲିସ ତା'ର କଡା ଆଭିମୁଖ୍ୟ ଗ୍ରହଣ କରିଛି । ପେଶାଦାର ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଲିପ୍ତ ଥିବା ଅପରାଧୀଙ୍କ ଉପରେ ନଜର ରଖୁଛି ପୋଲିସ । "କଟକ ସହରର ଏଣ୍ଟ୍ରି ପଏଣ୍ଟରେ ରାତି ୧୧ ଟାରୁ ଭୋର ପର୍ଯ୍ୟନ୍ତ ଯାନବାହନ ଉପରେ ନଜର ରଖାଯାଉଛି । ଆସନ୍ତା ନିର୍ବାଚନକୁ କିପରି ଅପରାଧ ମୁକ୍ତ କରାଯିବ ସେନେଇ ଏହି ଯୋଜନା କରଯାଉଛି" ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.