ଦିଲ୍ଲୀରେ ଓଡିଆଙ୍କ ଛାଡଖାଇ ଆସର, ସ୍ବାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡର ଭୋଜି ଭେଟଘାଟ

By ETV Bharat Odisha Team

Published : Dec 11, 2023, 9:32 PM IST

thumbnail

ନୂଆଦିଲ୍ଲୀ: ଆମେ ଓଡ଼ିଆ, ଭାରି ବଢ଼ିଆ । ଯେତେ ଦୂରେ ଥିଲେ ମଧ୍ୟ ଆମ ମନ ଓଡ଼ିଆ, ଆମ ପ୍ରାଣ ଓଡ଼ିଆ ।  ଯୁଆଡେ ଗଲେ ବି ଯୋଉଠି ଥିଲେ ବି ଓଡିଶା ମାଟି ପାଣି ପବନର ବାସ୍ନାକୁ କେବେ ଭୁଲି ପାରନି ଜଣେ ଖାଣ୍ଟି ଓଡ଼ିଆ । ଆମ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମେ ଗର୍ବିତ । ସୁଦୂରରେ ଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରରା ଛାପ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀରେ । ଓଡ଼ିଆ ଭାଷା ପରମ୍ପରା ଓ ଖାଦ୍ୟର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ (SOWW) ପକ୍ଷରୁ ଦିଲ୍ଲୀ ଏନସିଆର ନୋଏଡାରେ ଏକାଠି ହୋଇ ଛାଡଖାଇ ଭୋଜି କରିଛନ୍ତି ପ୍ରବାସୀ ଓଡିଆ ।  

ଦିଲ୍ଲୀ ଏନସିଆର ନୋଏଡାରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଛାଡଖାଇ ଭୋଜି ଓଡିଆ ପରିବାର ଭେଟଘାଟ ପାଳନ କରାଯାଇଛି । ସ୍ୱାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ ପରିବାର ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 50ରୁ ଅଧିକ ପ୍ରବାସୀ ଓଡ଼ିଆ ପରିବାର ଯୋଗ ଦେଇଥିଲେ । ଏହି ଅବସରରେ ମନୋରଞ୍ଜନ, ଖେଳ, ମଜାଳିଆ କାର୍ଯ୍ୟକ୍ରମ ଏବଂ ଦେଶୀ ଓଡିଆ ଖାଦ୍ୟର ମଜା ନେଇଥିଲେ ଉପସ୍ଥିତ ଓଡ଼ିଆ । ତେବେ ବିଶ୍ବରେ ଏକକ ପରିବାର ପ୍ରଚଳିତ ଦେଉଥିବା ବେଳେ SOWW ସମସ୍ତ ଏକକ ପରିବାରକୁ ଗୋଟିଏ ସ୍ଥାନରେ ଏକାଠି କରିଥିଲା ।  ଏଠାରେ ମହିଳା ଠାରୁ ଆରମ୍ଭ ଶିଶୁ ଓ ପୁରୁଷମାନେ ଆୟୋଜନ କରାଯାଇଥିବାର ଖେଳର ମଜା ନେଇଥିଲେ । ତେବେ SOWWରେ ନିର୍ଦ୍ଦେଶକ ଅଗ୍ନୀଶିଖାଙ୍କ ପାଇଁ ଏତେ ପରିବାର ଏକାଠି ହେବାସହ ଏତେବଡ଼ ଆୟୋଜନ ସମ୍ଭବ ହୋଇପାରିଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.......ଦିଲ୍ଲୀରେ ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପକ୍ଷରୁ ଓଡିଆ ନବବର୍ଷ ପାଳିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.