ETV Bharat / bharat

ଦିଲ୍ଲୀରେ ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପକ୍ଷରୁ ଓଡିଆ ନବବର୍ଷ ପାଳିତ

author img

By

Published : Apr 16, 2023, 9:50 AM IST

ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଦିଲ୍ଲୀରେ ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପକ୍ଷରୁ ଧୁମଧାମରେ ଓଡିଆ ନବବର୍ଷ ପାଳନ କରାଯାଇଛି

odia new year celebration in noida
odia new year celebration in noida

odia new year celebration in noida

ନୂଆଦିଲ୍ଲୀ: ଓଡିଆମାନଙ୍କର ବାର ମାସରେ ତେର ପର୍ବ । ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମେ ଗର୍ବିତ । ସବୁ ପର୍ବପର୍ବାଣୀକୁ ଆନନ୍ଦ ଉତ୍ସାହର ସହ ପାଳିନ କରନ୍ତି ଓଡିଆ । ତେବେ ଓଡିଶା ବାହରେ ଥାଆନ୍ତୁ କି ଦେଶ ବାହାରେ, ଜଣେ ଓଡିଆ ନିଜ ସଂସ୍କୃତି ପରମ୍ପରାକୁ କେବେ ଭୁଲିପାରେ ନାହିଁ । ତେବେ ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରୁ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଅନ୍ୟତମ । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ପଲ୍ଲୀରୁ ଦିଲ୍ଲୀ ସବୁଠି ଜମିଥିଲା ପଣାର ଆସର । ଏହି ଅବସରରେ ଓଡ଼ିଆ ଭାଷା ପରମ୍ପରା ଓ ଖାଦ୍ୟର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ(SOWW) ପକ୍ଷରୁ ଦିଲ୍ଲୀ ଏନସିଆର ନୋଏଡାରେ ଏକାଠି ହୋଇ ଓଡିଆ ନବବର୍ଷ ପାଳନ କରିଛନ୍ତି ପ୍ରବାସୀ ଓଡିଆ । ସଂଗଠନର ମହିଳାମାନେ ନିଜ ପରିବାର ସହ ଏକାଠି ହୋଇ ପଣା ପିଇ, ନାତଗୀତ କରି ଆନନ୍ଦ ଉଲ୍ଲାସର ସହ ନବବର୍ଷ ମନାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Odia New Year: ପଣା ସଂକ୍ରାନ୍ତିରୁ ବର୍ଷ ଆରମ୍ଭ, ଓଡିଆ ନବବର୍ଷ ପାଳୁଛନ୍ତି ରାଜ୍ୟବାସୀ

ଏହା ମଧ୍ୟ ପଢନ୍ତୁ: ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପକ୍ଷରୁ ପଣା ସଂକ୍ରାନ୍ତି ପାଳିତ

ଦିଲ୍ଲୀ ଏନସିଆର ନୋଏଡାରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳନ କରାଯାଇଛି । ଓଡ଼ିଆଣୀମାନେ ଏକଜୁଟ ହୋଇ ନିଜ ପରିବାର ମାନଙ୍କ ସହିତ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି । ସ୍ୱାଭିମାନୀ ଓଡିଆ womens world ପରିବାର ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନେକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ସମସ୍ତେ ପଣା ପିଇବା ସହିତ ନାଚ ଗୀତରେ ମସଗୁଲ ହୋଇଥିଲେ । ମହିଳାମାନେ ଓଡିଆ ପରମ୍ପରା ସଂସ୍କୃତି ବିଷୟରେ ଆଲୋଚନା କରିବା ସହ ଛୁଆମାନଙ୍କ ପାଇଁ ନାଚ ଗୀତର ନିମନ୍ତେ ଆୟୋଜନ କରାଯାଇଥିଲା ।

ଏହାପରେ ରାମ୍ପ ସୋର ଆୟୋଜନ ହୋଇଥିଲା । ମିସେସ ଓଡ଼ିଆଣି ପରିଧି ବାବୁଙ୍କୁ ପୁରସ୍କୃତ କରାଯାଇଥିଲା । ବାହାରେ ରହି ମଧ୍ୟ ଓଡ଼ିଆମାନେ ଓଡିଶାର ପରମ୍ପରା ଏବଂ ସଂସ୍କୃତିକୁ ମନେପକାଇଥିଲେ । ଏହି ଓଡିଆ ନବବର୍ଷ ପାଳନ କରିବା ସମୟରେ ସମସ୍ତଙ୍କ ମୁହଁରେ ହସରେ ଭରି ଉଠୁଥିଲା । ଆୟୋଜିତ ଓଡିଆ ନବବର୍ଷ କାର୍ଯ୍ୟକ୍ରମରେ ପ୍ରତି ଓଡିଆ ଯୋଗଦେଇ ଓଡିଆ ପରମ୍ପରା ପ୍ରତି ସମ୍ମାନର ପରିଚୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.