ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପକ୍ଷରୁ ପଣା ସଂକ୍ରାନ୍ତି ପାଳିତ

By

Published : Apr 15, 2023, 9:55 AM IST

thumbnail

ଭୁବନେଶ୍ବର: ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଓଡି଼ଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହୋଇଛି । ପ୍ରତିଟି ଓଡ଼ିଆର ଘରେ ମହକିଛି ପଣା । ଏହି ଅବସରରେ ଓଡ଼ିଆ ଭାଷା ପରମ୍ପରା ଓ ଖାଦ୍ୟର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ(SOWW) ପକ୍ଷରୁ ଭୁବନେଶ୍ବର କଳିଙ୍ଗ ନଗରସ୍ଥିତ କୁଶଳେଶ୍ବର ଶିବ ମନ୍ଦିର ଠାରେ ପଣା ସଂକ୍ରାନ୍ତି ପାଳନ ହୋଇଛି  । ସଂଗଠନର ମହିଳାମାନେ ଏକାଠି ହୋଇ ପଣା ପିଇ ନବବର୍ଷ ମନାଇଛନ୍ତି ।  

ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷରେ ପ୍ରତି ଓଡ଼ିଆଣୀ ଚଉରାମୂଳେ ତୁଳସୀ ମାତାଙ୍କୁ ପଣା ଅର୍ପଣ କରିଥାନ୍ତି । ଆଉ ଏହି ପଣା କେଉଁ ଆଦିମ କାଳରୁ ଓଡି଼ଆ ପରମ୍ପରା ଓ ସଂସ୍କୃତି ସହ ଯୋଡି ହୋଇଥିବା ବେଳେ ଏହାର ବିଶେଷତ୍ବକୁ ବିଶ୍ୱରେ ପହଞ୍ଚାଇବାକୁ ଏହାକୁ ଏକ ଦିବସ ବା ମହୋତ୍ସବ ଭାବେ ପାଳନ କରାଯାଉଛି । ଏହି ମହୋତ୍ସବକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନର ମହିଳା ଏକାଠି ହୋଇଥିଲେ । ସମସ୍ତେ ପଣା ପିଇ ଆମ ଓଡ଼ିଶା ସଂସ୍କୃତିର ପ୍ରଚାର ପ୍ରସାର କିଭଳି ହେବ ସେନେଇ ଆଲୋଚନା ମାଧ୍ୟମରେ ସଂକଳ୍ପ ନେଇଥିଲେ ।  

ଉଲ୍ଲେଖଯୋଗ୍ୟ, ପଣା ସଂକ୍ରାନ୍ତିକୁ ଓଡିଶାରେ ନବ ବର୍ଷ ଭାବେ ପାଳନ କରାଯାଏ । ଏହି ଦିନ ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ । ଏହାସହିତ ଦେବାଦେବୀଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ପଣା ଭୋଗ ଲଗାଯାଏ । ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ  ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.