ସରିଲା ସୁବର୍ଣ୍ଣପୁର ଲୋକ ମହୋତ୍ସବ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

By ETV Bharat Odisha Team

Published : Jan 11, 2024, 11:03 AM IST

thumbnail

Subarna Lok Mahotsav: ସୁବର୍ଣ୍ଣପୁର: ଉଦଯାପିତ ହେଲା ସୁବର୍ଣ୍ଣପୁର ଲୋକ ମହୋତ୍ସବ 'ସୁବର୍ଣ୍ଣ-2024'  । ଗତ 5 ଦିନ ଧରି ସୁବର୍ଣ୍ଣପୁରରେ ଚାଲିଥିବା ଜିଲ୍ଲା ଲୋକ ମହୋତ୍ସବ ସୁବର୍ଣ୍ଣର ଅନ୍ତିମ ସନ୍ଧ୍ୟା ବେଶ ଚିତ୍ତାକର୍ଷକ ଥିଲା । ସାଂସ୍କୃତିକ ପରିବେଶରେ ଲୋକାରଣ୍ୟ ହୋଇପଡ଼ିଥିଲା ମହୋତ୍ସବ ପଡ଼ିଆ । କଳାକାରଙ୍କ ପାରମ୍ପରିକ ଲୋକନୃତ୍ୟରେ ଝୁମିଥିଲେ ଦର୍ଶକ । ସାଂସ୍କୃତିକ ସନ୍ଧ୍ୟାରେ ନିମନ୍ତ୍ରିତ ଅତିଥିମାନଙ୍କ ସାଂସ୍କୃତିକ ବାର୍ତ୍ତା ପ୍ରଦାନ ପରେ ଆରମ୍ଭ ହୋଇଥିଲା ନାଚଗୀତର ଆସର । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଆସିଥିବା କଳାକାରମାନେ ନିଜ ନିଜ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମ୍ବଲପୁରୀ ଗୀତର ତାଳେ ତାଳେ ଢୋଲ, ନିଶାନ, ତାସା, ମହୁରୀ ଆଦିର ଗୁରୁଗମ୍ଭୀର ଧ୍ଵନି ସାଙ୍ଗକୁ ନୃତ୍ୟାଙ୍ଗନାମାନଙ୍କ ବିଭିନ୍ନ ମୁଦ୍ରା ବିମୋହିତ କରିଥିଲା ଦେଖଣାହାରୀଙ୍କୁ । 

ଏହା ମଧ୍ୟ ପଢନ୍ତୁ- ସୁବର୍ଣ୍ଣପୁର ଲୋକ ମହୋତ୍ସବ ସୁବର୍ଣ୍ଣ-2024 ଉଦଘାଟିତ
 

ସେହିପରି ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଓ ଲୋକ ସଙ୍ଗୀତରେ ମୁଖରିତ ହୋଇ ପଡ଼ିଥିଲା ମହୋତ୍ସବର ପରିବେଶ । ରସରକେଲି, ମାଇଲାଜଡ, ଜୁଇଫୁଲ, ଚୁଟକୁଚୁଟା, ଡାଲଖାଇ, ବଜାସାଲ ଆଦି ଲୋକନୃତ୍ୟରେ ଦୁଲୁକି ଉଠିଥିଲା ରାମେଶ୍ୱର ଷ୍ଟାଡିୟମର ମୁକ୍ତ ମଞ୍ଚ । ବିଭିନ୍ନ ଜିଲ୍ଳାରୁ ଆସିଥିବା ସାଂସ୍କୃତିକ ଦଳ ସବୁ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିଲେ ।  ହଜାର ହଜାର ଦର୍ଶକ ବିଳମ୍ୱିତ ରାତି ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । 

ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.