Train Accident: ମର ଶରୀରର ବାହକ ସାଜିଥିଲେ କିଛି ଛାତ୍ର, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

By

Published : Jun 8, 2023, 8:04 PM IST

thumbnail

ବାଲେଶ୍ବର: ଜିଲ୍ଲାର ବାହାନଗା ନିକଟରେ ହୋଇଥିବା ରେଳ ଦୁର୍ଘଟଣା ଏ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଯାତ୍ରୀଙ୍କୁ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ ଅପରିଚିତ । ସେମାନଙ୍କ ମଧ୍ୟରେ ଥିଲେ କିଛି ଛାତ୍ର । ଯିଏକି ଆହତମାନଙ୍କୁ ବିଭିନ୍ନ ୱାର୍ଡକୁ ନେଇଥିଲେ । ସେଦିନ ଅନେକ ମୃତଦେହ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେସବୁ ମୃତଦେହ ରଖାଯାଉଥିବା ଗୃହ ନିକଟକୁ ନିଆଯାଇଥିଲା । ପରେ ପ୍ରଶାସନର ନିଷ୍ପତ୍ତି କ୍ରମେ ରେମୁଣା ବାମପଦାଠାରେ ଥିବା ନୋସି ବିଜ୍‌ନେସ୍‌ ପାର୍କ ପଠାଯାଇଥିଲା ମୃତଦେହ । ଏହି ମୃତଦେହ ସବୁ ଏକ ଗାଡ଼ିରେ ଲଦା ହୋଇ ଯାଇଥିଲା ନୋସି । ଏହାରି ଭିତରେ ମୃତଦେହ ବାହକର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇଥିଲେ ବାଲେଶ୍ଵରର କିଛି ଛାତ୍ର । ରେଳ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମେସ୍‌ ଓ ହଷ୍ଟେଲରେ ରହୁଥିବା ମେଘରାଜ ଦେ, ନବୀନ ସିଂ, ଦେବରାଜ ଦେ, ସ୍ବସ୍ତିକ ଦେ, ସୁଦର୍ଶନ ବାରିକ ପ୍ରମୁଖ ସେମାନଙ୍କ ସାଙ୍ଗସାଥୀଙ୍କୁ ନେଇ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ଜଣେ ପୋଲିସ ବାବୁଙ୍କ ଅନୁମତି ନେଇ ଛାତ୍ରମାନେ ମୃତଦେହର ବାହକ କାର୍ଯ୍ୟ ତୁଲାଇ ଥିଲେ। ସେଦିନ ଛାତ୍ରମାନେ ଯାହା କରିଛନ୍ତି ତାହା ବାସ୍ତବରେ ସ୍ବାଗତଯୋଗ୍ୟ । ଛାତ୍ର ଜୀବନରେ ହିଁ ସେମାନେ ମାନବିକତା ଓ ଜଣେ ଦାୟିତ୍ବବାନ ନାଗରିକର ପରିଚୟ ଦେଇଛନ୍ତି ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.