ଚନ୍ଦ୍ର ଗ୍ରହଣ ପାଇଁ ବାବା ଆଖଣ୍ଡଳମଣି ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି

By ETV Bharat Odisha Team

Published : Oct 28, 2023, 8:59 PM IST

thumbnail

ଭଦ୍ରକ: ଆଜି ଶନିବାର ଦିନ ଆଂଶିକ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଭଦ୍ରକ ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଯାହାକି ମନ୍ଦିର ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି । ଆଜି ପବିତ୍ର କୁମାର ପୂର୍ଣ୍ଣିମା ଥିବାରୁ ଏହି ପ୍ରସିଦ୍ଧ ଶୈବ ପୀଠରେ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଯାହାକି ଏକ ମାସ ଧରି ଜାରୀ ରହିବ । 

ଏହି ଧର୍ମ ମାସରେ ଆଖଣ୍ଡଳମଣି ବାବାଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ  । ଶ୍ରଦ୍ଧାଳୁଙ୍କ  ଭିଡକୁ ଦୃଷ୍ଟିରେ ରଖି ଆଜି ଭୋର 4 ଟାରେ ଦ୍ୱାର ଫିଟା ନୀତି ସହ ମଙ୍ଗଳ ଆଳତୀ କରାଯାଇଥିଲା  । ଏହା ସହ ମହା ସ୍ନାନ, ଘର୍ଷଣ ଲାଗି, ଜଳା ଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ପରେ ବାବ ଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଭୋଗ ଲାଗି କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ...Lunar Eclipse: କୁମାର ପୂର୍ଣ୍ଣିମାରେ ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ, ନୂତନ ଧ୍ବଜାରୋହଣ ନୀତି

ତେବେ ଆଜି ଚନ୍ଦ୍ର ଗ୍ରହଣ ପାଇଁ ଅପରାହ୍ଣ 4 ଟାରୁ ପାକ ତ୍ୟାଗ ଆରମ୍ଭ ହେଉଥିବାରୁ ଗ୍ରହଣ ସର୍ବ ମୋକ୍ଷ ପ୍ରର୍ଯ୍ୟନ୍ତ ଆଖଣ୍ଡଳମଣି ବାବାଙ୍କ ଦର୍ଶନ ବନ୍ଦ ରହିବା ସହ ସମସ୍ତ ଦ୍ୱାର ବନ୍ଦ ରଖାଯିବ । ସେଥିପାଇଁ ସମସ୍ତ ନୀତିକାନ୍ତି ପାକ ତ୍ୱାଗ ପୂର୍ବରୁ ସାରିବାକୁ ଉଭୟ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ବିଶେଷକରି ସମସ୍ତ ସକାଳ ନୀତିକାନ୍ତି ମଧ୍ୟାହ୍ନ 11 ଟାରୁ 12 ଟା ମଧ୍ୟରେ ସମ୍ପନ୍ନ ହେବା ପରେ 2 ଟାରେ ବଡ ସିଂହାର ବେଶ, 3 ଟାରେ ସଂଧ୍ୟା ପୂଜା ଏବଂ ଅପରାହ୍ନ 4 ଟାରେ ବାଟୁଳା ନୀତା ସମ୍ପନ୍ନ କରାଯାଇ ପହୁଡ କରାଯାଇଥିଲା  ।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.