ବରିଷ୍ଠ ନେତାଙ୍କୁ ବଡ଼ ଦାୟିତ୍ବ; ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି ହେଲେ ରବି ସିଂ

By

Published : Jul 7, 2023, 8:29 PM IST

thumbnail

ଝାରସୁଗୁଡ଼ା: ୨୦୨୪ ନିର୍ବାଚନ ପୂର୍ବରୁ ୬ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତ କରିଛି ବିଜେଡି । ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସଭାପତି ଭାବେ ବରିଷ୍ଠ ନେତା ରବି ସିଂଙ୍କୁ ମିଳିଛି ଦାୟିତ୍ବ । ଏନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରବି ସିଂ ବିଜୁ ଜନତା ଦଳର ଜଣେ ଟାଣୁଆ ନେତା । ସେ ଯୁବକ ସମୟରୁ ରାଜନୀତି ସହିତ ଜଡ଼ିତ ଅଛନ୍ତି । ଜନ କଂଗ୍ରେସ ଦଳରୁ ବିଜୁ ପଟ୍ଟନାୟକଙ୍କ ସହିତ ରାଜନୀତି ଆରମ୍ଭ କରିଥିଲେ ରବି । ସ୍ଵର୍ଗତ କିଶୋର ମହାନ୍ତି ଯେଉଁ ସମୟରେ ଜିଲ୍ଲା ସଭାପତି ରହିଥିଲେ, ସେହି ସମୟରେ ଝାରସୁଗୁଡ଼ା ଜିଲ୍ଲା ଉପସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ । ତେବେ ଆଜି ଏହି ନୂଆ ଦାୟିତ୍ବ ମିଳିବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେବା ସହିତ ଗୁରୁଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.