ଦାୟିତ୍ବ ନେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ

By

Published : Jun 1, 2023, 1:46 PM IST

thumbnail

ରାଇରଙ୍ଗପୁର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ମିଳିବା ପରେ ପ୍ରଥମ ଥର ସୁଦାମ ମାରାଣ୍ଡି ନିଜ ଜିଲ୍ଲା ଗସ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସୁଦାମ ମାରାଣ୍ଡି ବୁଧବାର ନିଜ ଜିଲ୍ଲା ମୟୂରଭଞ୍ଜରେ ପହଁଚିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏକ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି । ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର । ସୁଦାମ ମାରାଣ୍ଡି ଏହି ମନ୍ତ୍ରୀ ପଦ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସିଛନ୍ତି । ସୁଦାମ ମାରାଣ୍ଡିଙ୍କ ଗସ୍ତ ଅବସରରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ କରାଯାଇଥିଲା । ଏହା ସହିତ ବାରିପଦା ଠାରେ ଥିବା ବିଜୁ ଭବନ ପରିସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ସେଠାରେ ବାରିପଦା ମ୍ୟୁନିସିପାଲଟି ତରଫରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲାର ଚାରୋଟି ଉପଖଣ୍ଡର ବରିଷ୍ଠ ନେତା ଓ କର୍ମୀମାନେ ଯୋଗ ଦେଇ ସୁଦାମ ମାରାଣ୍ଡିଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ଶିକ୍ଷାମନ୍ତ୍ରୀ ଦାୟିତ୍ବ ମିଳିବା ପ୍ରଥର ଥର ନିଜ ଜିଲ୍ଲାକୁ ଆସିବା ପରେ କଣ କହୁଛନ୍ତି ଶୁଣନ୍ତୁ... 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.