ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ

By ETV Bharat Odisha Team

Published : Nov 10, 2023, 6:05 PM IST

thumbnail

ସୁବର୍ଣ୍ଣପୁର: ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ସାରା ରଜ୍ୟରେ ପ୍ରତିବାଦ କରୁଛି କଂଗ୍ରେସ । ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ପୁରୀ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଦଳ । ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ ପ୍ରତିବାଦ କରାଯାଇଛି । ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ଆୟୋଜନ କରାଯାଥିଲା । ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ଦାବି କରିଛି ଦଳ । କଂଗ୍ରେସ କର୍ମୀମାନେ ଧାରଣା ସ୍ଥଳରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିବାଦ କରିଥିଲେ । 

ସେହିପରି ରତ୍ନ ଭଣ୍ଡାର ଖୋଲି ବିଗ୍ରହମାନଙ୍କ ଅଳଙ୍କାର କେତେ ପରିମାଣରେ ରହିଛି ଓ କଣ ସବୁ ରହିଛି ତାହାର ସୂଚନା ପ୍ରଦାନ କରିବା ପାଇଁ ଦାବି କରିଛି ଦଳ । ଆହୁରି ମଧ୍ୟ ଶ୍ରୀମନ୍ଦିର ଭଣ୍ଡାର ଘର ମରାମତି କାର୍ଯ୍ୟ କରିବା ସହିତ ବେଦାନ୍ତ କମ୍ପାନୀ ପକ୍ଷରୁ ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଓ ଚାଷୀଙ୍କ ପାଖରୁ ଅଧିଗ୍ରହଣ କରାଯାଇଥିବା ଜମିକୁ ତୁରନ୍ତ ଫେରସ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ତଥା ବିଜେଡି ଦଳ ଧର୍ମକୁ ନେଇ ରାଜନୀତି କରୁଥିବା ବେଳେ ମନ୍ଦିର ପରିଚାଳନାରେ କରିଥିବା ତ୍ରୁଟି ସୁଧାରିବା ପାଇଁ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ....କୋରାପୁଟରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି

ପୁରୀରେ ଘରୋଇ କଂପାନୀ ବେଦାନ୍ତ ଦ୍ୱାରା ନିର୍ମାଣ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କ ଜମିକୁ କଂପାନୀକୁ ପ୍ରଦାନ କରିଥିଲେ । ସେହିପରି ଚାଷୀମାନଙ୍କ ହଜାର ହଜାର ଏକର ଜମି ବିଶ୍ୱବିଦ୍ୟାଳୟ ନାଁରେ ଅଧିଗ୍ରହଣ କରାଯାଇଥିଲା ।ଯେହେତୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ପାରିଲା ନାହିଁ ତେଣୁ ତୁରନ୍ତ ଜମିକୁ ଶ୍ରୀ ମନ୍ଦିର ଓ ଚାଷୀମାନଙ୍କୁ ଫେରେଇବା ପାଇଁ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେବା ପରେ ମଧ୍ୟ ରାଜ୍ୟ ସରକାର ନୀରବରେ ବସିଛନ୍ତି ବୋଲି ଅଭିଯୋଗ କରିଛି ଦଳ । ଦାବି ପୁରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.