ଧାନମଣ୍ଡିରୁ ଧାନ ଚୋରି

By ETV Bharat Odisha Team

Published : Dec 23, 2023, 11:04 PM IST

thumbnail

Rice Sack Stolen from Dhana Mandi: ନୂଆପଡା : ସାନମହେଶ୍ୱର ଧାନମଣ୍ଡିରୁ ଧାନ ଚୋରି । ଚାଷୀ 167 ବସ୍ତା ଧାନ ପକାଇଥିବା ବେଳେ 6 ବସ୍ତା ଧାନ ଚୋରି ହୋଇ ଯାଇଥିବା ଅଭିଯୋଗ ଆସିଛି । ପୂର୍ବରୁ ମଧ୍ୟ  ଧାନ ମଣ୍ଡିରେ ଘରଧାରା ଗାଁର ଚାଷୀଙ୍କର ଧାନ ଚୋରି ହୋଇଥିଲା । ଧାନ ମଣ୍ଡିରେ 2 ଜଣ ରାତ୍ର ଜଗୁଆଳି ସହ ପାଚେରି ଗେଟ ନିର୍ମାଣ ପାଇଁ ଦାବି । 

ଏହା ମଧ୍ୟ ପଢ଼ନ୍ତୁ...ଅବସରପ୍ରାପ୍ତ ସିଡିଏମଓଙ୍କୁ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ଧାନମଣ୍ଡିରେ ମଧ୍ୟରାତ୍ରୀରେ ଧାନ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଝୋଳପଥର ଗାଁର ଚାଷୀ ସିଦ୍ଧାର୍ଥ ଶଙ୍କର ମହାପାତ୍ର ଧାନ ବିକ୍ରି କରିବା ପାଇଁ ସାନମହେଶ୍ୱର ଧାନମଣ୍ଡିରେ 167 ବସ୍ତା ଧାନ ପକାଇଥିଲେ । ସେଥି ମଧ୍ୟରୁ 6 ବସ୍ତା ଧାନ ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଚୋରି ଘଟଣା ପୂର୍ବରୁ ମଧ୍ୟ ସାନମହେଶ୍ୱର ଧାନ ମଣ୍ଡିରେ ଘରଧାରା ଗାଁର ଚାଷୀ କୁନୁ ବେହେରାଙ୍କ ଧାନ ଚୋରି ହୋଇଥିଲା । ଏଭଳି ବାରମ୍ବାର ଚୋରି ଘଟଣାକୁ ଚାଷୀମାନେ ନିନ୍ଧା କରିବା ସହିତ ଧାନ ଚୋରକୁ ତୁରନ୍ତ ଗିରଫ କରିବା ପାଇଁ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି । ବରଗାଁ ସମବାୟ ସମିତି ଅଧିନସ୍ଥ ସାନମହେଶ୍ୱର ଧାନ ମଣ୍ଡିରେ ମା’ ପଖାନ ତଲେନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛନ୍ତି । ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମୋଦିତ କରାଯାଇଛି । ଏହି ମଣ୍ଡିରେ ସମୁଦାୟ 505 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି । ଶନିବାର ଯାଏଁ 201 ଜଣ ଚାଷୀ ଧାନ ବିକ୍ରି କରି ସାରିଥିବା ବେଳେ, 9 ହଜାର 536 କୁଇଣ୍ଟାଲ ଧାନ କ୍ରୟ କରା ସରିଛି । ଧାନ ମଣ୍ଡିରେ ଚାଷୀଙ୍କ ଧାନ ସୁରକ୍ଷା ପାଇଁ RMC ଜଣେ ରାତ୍ର ଜଗୁଆଳି ନିଯୁକ୍ତି ଦେଇଛନ୍ତି । ହେଲେ ହଜାର ହଜାର ଧାନ ବସ୍ତାକୁ ଜଣେ ଜଗୁଆଳି ଜଗିରଖିବା ସମ୍ଭବ ହୋଇ ପାରୁନାହିଁ । ଧାନ ମଣ୍ଡିରେ 2 ଜଣ ରାତ୍ର ଜଗୁଆଳି ନିଯୁକ୍ତି ଦେବା ସହିତ ପାଚେରି ଗେଟ ନିର୍ମାଣ କରି ତାଲା ପକାଇବା ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପାଖରେ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦାବୀ କରିଛନ୍ତି ।

ଇଟିଭି ଭାରତ, ନୂଆପଡା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.