RathaKhala Halchal: ତିନି ରଥର ଅନୁକୂଳ ହେଲା ସିଂହାସନ ନିର୍ମାଣ କାର୍ଯ୍ୟ

By

Published : May 25, 2023, 4:24 PM IST

thumbnail

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରୂପକାର ସେବକମାନେ ତିନି ରଥର ସିଂହାସନ ନିର୍ମାଣ କାର୍ଯ୍ୟ ଅନୁକୂଳ କରିଛନ୍ତି । ତିନିରଥର ପାଞ୍ଚଦଣ୍ଡାରେ ଆଗଆଣି ପଛଆଣି ମୁହାଁଟ ସଂଯୋଗ ସହ ଆଗଆଣି ମୁହାଁଟରେ ପାଞ୍ଚୋଟି ସାଲଗୁଜ ଉଠି ନିରାଡୁ ପଡିଛି । ସେହିପରି ପଛଆଣି ମୁହାଁଟ ଦୁଇପଟେ ଦୁଇଟି ସାଲଗୁଜ ଏବଂ ମଝିରେ ୩ଟି ଜଳଯନ୍ତ୍ର ଉଠି ତାଉପରେ ନିରାଡ଼ି ପଡିଥିଲା ତିନିରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ବରେ କୁଡୁକା ସହ ପାର୍ଶ୍ଵଦଣ୍ଡା ଲାଗି ସେଥିରେ ମୁହାଁଟ ସଂଯୋଗ ହୋଇଛି । ପାର୍ଶ୍ବ ମୁହାଁଟ ମଝିରେ ୩ଟି ଲେଖାଁଏ ଜକଯନ୍ତ୍ର ଏବଂ ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ସାଲ ଗୁଜ ଉଠି ଉପରେ ନିରାଡ଼ି ପଡ଼ିଅଛି । ତିନିରଥର ଦଣ୍ଡା ଫ୍ରେମ ନିର୍ମାଣ ଶେଷ ହୋଇଛି । 

ତିନିରଥର ଦଣ୍ଡା ଫ୍ରେମଗୁଡିକରେ ପରୀକ୍ଷା ମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯୋଗ କରାଯାଉଛି । ଉକ୍ତ ଦଣ୍ଡା ଫ୍ରେମ ବା ଚେସିସ ଚକ ଅଖର ଉପରି ଭାଗରେ ସେଟିଂ ପାଇଁ ବିନ୍ଧ କାର୍ଯ୍ୟ ପରେ ନମ୍ବରିଂ ହୋଇ ଖୋଲାଯାଇ ସାଇତା ଯିବ। ତିନିରଥର ରୂପକାର ସେବକମାନେ ତିନିରଥର ସମସ୍ତ ସାଲଗୁଜ ଏବଂ ତିଖ ଗୁଜରେ ନୃସିଂହ ରୂପ ଖୋଦେଇ ଶେଷ କରିଛନ୍ତି । ତିନିରଥର ସିଂହାସନରେ ପୂର୍ଣ୍ଣ କୁମ୍ଭ, ପଦ୍ମ, ଗଜ ମାଳ, ଡାଳିଲତା ଖୋଦେଇ କାମ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । କରତି ସେବକମାନେ ଦେବୀ ରଥ ପୋଲ ଗୟଳ ଚିରଟ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ଯୋଖା କଣ୍ଟା ଚାରି ନାହାକା ପାଇଁ ଚଣାକ କଣ୍ଟା ନିର୍ମାଣ କରୁଛନ୍ତି ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.