ରାମନବମୀରେ ଭାଇଚାରା ନିଆରା ନିଦର୍ଶନ ଦେଖାଇଲେ ହିନ୍ଦୁ-ମୁସଲିମ

By

Published : Mar 31, 2023, 12:53 PM IST

thumbnail

ବାଲେଶ୍ବର: ଗତକାଲି ପବିତ୍ର ଶ୍ରୀ ରାମନବମୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଇଛି । ଶ୍ରୀରାମଙ୍କ ପାଇଁ ବାଲେଶ୍ଵର ସହର ସମେତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ବାଇକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ଏହାରି ଭିତରେ ଏକ ଭାଇଚାରାର ଉକୃଷ୍ଟ ନିଦର୍ଶନ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପଞ୍ଚାୟତ ମିର୍ଜାପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି କେବଳ ଭାଇଚାରାର ବାର୍ତ୍ତା ହିଁ ବାଣ୍ଟି ଏକ ସୁନ୍ଦର ପରିବେଶ ମଧ୍ୟରେ ରାମନବମୀ ପାଳନ କରାଯାଇଛି । ମିର୍ଜାପୁର ସଂଖ୍ୟାଲଘୁ କମିଟିର ସଦସ୍ୟ ମାନେ ଏକ ନିଆରା ପରିବେଶ ସୃଷ୍ଟି କରି ଭାତୃତ୍ବଭାବର ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ପବିତ୍ର ରାମ ନବମୀ ଅବସରରେ ଚାନ୍ଦିପୁର ରାମନବମୀ କମିଟି ଆନୁକୂଲ୍ୟରେ ଏକ ବାଇକ ରାଲି ପ୍ରତି ପଞ୍ଚାୟତ ପରିକ୍ରମା କରି ବଳରାମ ଗଡ଼ିର ମିର୍ଜା ପୁର ନିକଟରେ ସମାପ୍ତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମିର୍ଜାପୁର ସଂଖ୍ୟାଲଘୁ କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ବାଇକ ରାଲିରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଫୁଲ ମାଳ ପିନ୍ଧାଇବା ସହ ମୃଦୁ ପାନୀୟ ପିଆଇ ଥିଲେ । ଏଭଳି ଭାଇଚାରା ମିର୍ଜାପୁର ସଂଖ୍ୟାଲଘୁ କମିଟି ଅନେକ ବର୍ଷ ହେଲା କରି ଆସୁଛି ବୋଲି କମିଟିର ବରିଷ୍ଠ କର୍ମକର୍ତ୍ତା ବାସେତ୍ ଅଲ୍ଲୀ ଖାନ କହିଛନ୍ତି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.