PM Modi at White House: ମିଳିତ ଅଭିବାଦନ ଗ୍ରହଣ କଲେ ମୋଦି-ବାଇଡେନ

By

Published : Jun 22, 2023, 8:59 PM IST

Updated : Jun 22, 2023, 10:27 PM IST

thumbnail

ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ବାଇଟ ହାଉସରେ ଭବ୍ୟ ସ୍ବାଗତ କରାଯାଇଛି । ରାଷ୍ଟ୍ରପତି ବାଇଡେନଙ୍କ ସହ ପତ୍ନୀ ଜଲି ବାଇଡେନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ। ପରେ ଉଭୟ ନେତା ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ନେତା ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ପ୍ରଥମେ ବାଇଡେନ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମ୍ବୋଧିତ କରିଥିଲେ । ଉଭୟ ନେତା ଭାରତ-ଆମେରିକା ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ସୁସମ୍ପର୍କ ଓ ସାମ୍ବିଧାନିକ ମୂଲ୍ୟବୋଧରେ ଥିବା ସମାନତାକୁ ଦର୍ଶାଇ ପରସ୍ପରକୁ ପ୍ରଶଂସା କରିଥିଲେ । ଦୁଇ ଦେଶ ସହଯୋଗର ସହ ସମସ୍ତ ସାମ୍ପ୍ରତିକ ପ୍ରସଙ୍ଗରେ ଏକାଠି ଯାତ୍ରା ଜାରି ରଖିଥିବା କହିଥିଲେ ରାଷ୍ଟ୍ରପତି ବାଇଡେନ । ଆଜି ପୂର୍ବାହ୍ନରେ ହ୍ବାଇଟ ହାଉସରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପରେ ତାଙ୍କୁ ସଂଧ୍ୟାରେ ପୁଣି ଥରେ ରାଷ୍ଟ୍ରୀୟ ସମ୍ମାନ ସହ ସ୍ବାଗତ କରାଯାଇଥିଲା । ନୈଶ୍ୟଭୋଜି ଆୟୋଜନ ମଧ୍ୟ ଆରମ୍ଭ ହୋଇସାରିଛି । ଦେଖନ୍ତୁ ଭିଡିଓ 

Last Updated : Jun 22, 2023, 10:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.