ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପେନସନଭୋଗୀଙ୍କ ବିକ୍ଷୋଭ, BSKY ସାମିଲ ପାଇଁ ଦାବି

By ETV Bharat Odisha Team

Published : Nov 16, 2023, 3:22 PM IST

thumbnail

ସୁବର୍ଣ୍ଣପୁର: ଅଲ ଓଡିଶା ପେନସନର୍ସ ଆସୋସିଏସନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଶାଖା ସଭାପତି ଭବାନୀ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ପେନସନଭୋଗୀ ସରକାରୀ କର୍ମଚାରୀମାନେ ଦୁଇ ଦଫା ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରିଛନ୍ତି । ସର୍ବନିମ୍ନ ପେନସନ ମାସିକ 9 ହଜାର ଟଙ୍କା ପ୍ରଦାନ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସାମିଲ କରିବା ପାଇଁ ଦାବି କରିଛନ୍ତି । ଏଥିସହ 60 ବର୍ଷ ବୟସରେ ଅବସର ଗ୍ରହଣ କରିବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରିଛନ୍ତି ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଯେଉଁ ପେନସନ ମିଳୁଛି ତାହା ତାଙ୍କର ସ୍ୱାସ୍ଥ୍ୟ ଖର୍ଚ୍ଚ ହେଇ ଯାଉଥିବା ଅଭିଯୋଗ କରିଛନ୍ତି । ତେବେ ଦୈନନ୍ଦିନ ଜୀବନ ଯାପନରେ ବ୍ୟକ୍ତିଗତ ଓ ପାରିବାରିକ ଖର୍ଚ୍ଚ ନିଅଣ୍ଟ ହେଉଛି । ତେଣୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.