ଭୋଟରଙ୍କୁ ସଚାତନ କରିବା ପାଇଁ ପଥ ଉତ୍ସବ

By ETV Bharat Odisha Team

Published : Oct 28, 2023, 10:52 PM IST

thumbnail

କୋରାପୁଟ: ଆରମ୍ଭ ହେଲା ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ଏନେଇ କୋରାପୁଟ ଜ଼ିଲ୍ଲା ପ୍ରଶାସନ ତରଫରୁ ପଥ ଉତ୍ସବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ 2024 କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । କୋରାପୁଟ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ରାଲିରେ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟର ଅଧିକାରୀମାନେ ସହର ପରିକ୍ରମା କରିବା ପରେ ଜଗନ୍ନାଥ ମନ୍ଦିର ଛକ ନିକଟରେ ଏକତ୍ରିତ ହୋଇଥିଲେ ।  ଜ଼ିଲ୍ଲା ପ୍ରଶାସନଙ୍କ ତରଫରୁ ଜଗନ୍ନାଥ ମନ୍ଦିର ଛକରେ ପଥ ଉତ୍ସବ ନିମନ୍ତେ ଏକ ମଞ୍ଚ କରାଯାଇଥିଲା । କୋରାପୁଟର କଳାକାରମାନେ ଦେଶିଆ ଭାଷାରେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବିଷୟରେ ବୁଝାଇଥିଲେ  ।

ଭୋଟର ତାଲିକା କିପରି ସଂଶୋଧନ କରି ହେବ ସେ ନେଇ ଏକ ଦେଶିଆ ନାଟକ ପରିବେଷଣ କରାଯାଇଥିଲା ।  କୋରାପୁଟ ଅତିରିକ୍ତ ଜ଼ିଲ୍ଲାପାଳ ସୋମନାଥ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ଶପଥ ପାଠ କରାଇଥିଲେ । ଭୋଟର ସଂଶୋଧନ  ଅଫଲାଇନ ଓ ଅନଲାଇନ ମାଧ୍ୟମରେ କରିହେବ ଏବଂ ଭୋଟ ଦେବା ଗଣତନ୍ତ୍ରକୁ ସୃଦୃଢ କରିବା ନେଇ ଅତିରିକ୍ତ ଜ଼ିଲ୍ଲାପାଳ ଉପସ୍ଥିତ ଥିବା ଲୋକଙ୍କୁ ବୁଝାଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.....ପଥ ଉତ୍ସବ କରି ଯୁବ ଭୋଟରଙ୍କୁ ଆକୃଷ୍ଟ କଲା ଜିଲ୍ଲା ପ୍ରଶାସନ

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.