ପାର୍ଲାମେଣ୍ଟରେ ଓଡ଼ିଶା ପ୍ରଶ୍ନ: ପଦ୍ମପୁରକୁ ଶୀଘ୍ର ଜିଲ୍ଲା ଘୋଷଣା ଦାବି କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

By ETV Bharat Odisha Team

Published : Dec 6, 2023, 6:53 PM IST

thumbnail

ଲୋକସଭା(ନୂଆଦିଲ୍ଲୀ): ଓଡ଼ିଶାରେ ବଢ଼ାଯାଉ ଜିଲ୍ଲା ସଂଖ୍ୟା । ଦୀର୍ଘ ତିରିଶ ବର୍ଷ ହେଲା ରାଜ୍ୟରେ ଜିଲ୍ଲା ପୁନର୍ଗଠନ ହୋଇନାହିଁ। 1993ରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ  13 ଜିଲ୍ଲାରୁ 30 ଜିଲ୍ଲାକୁ ବୃଦ୍ଧି କରିଥିଲେ। ତାପରଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ଜିଲ୍ଲା ସଂଖ୍ଯା ବୃଦ୍ଧି କରାଯାଇନାହିଁ। ଲୋକସଭାରେ ଆଜି (ବୁଧବାର) ଏହି ପ୍ରସଙ୍ଗ ଉଠାଇଥିଲେ ବରଗଡ଼ ସାଂସଦ ସୁରେଶ କୁମାର ପୂଜାରୀ । ବରଗଡ଼ ଜିଲ୍ଲାର ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ଯ, ଏପର୍ଯ୍ୟନ୍ତ ଜିଲ୍ଲା ମାନ୍ୟତା ପାଇନାହିଁ ବୋଲି କହିଛନ୍ତି ସୁରେଶ। ସେହିପରି ବ୍ରଜରାଜନଗରକୁ ସବ୍ ଜିଭିଜନ, ଲଖନପୁର ଏବଂ ମେଲଛାମୁଣ୍ଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି ବିଜେପି ସାଂସଦ।  ସେ କହିଛନ୍ତି ଜିଲ୍ଲାଗୁଡ଼ିକର ପରିସୀମା ଛୋଟ ହେଲେ, ଶାସନ ବ୍ୟବସ୍ଥା ସରଳ ଏବଂ ସହଜ ହେବ। ତେଣୁ ପଦ୍ମପୁର ସମେତ ରାଜ୍ୟରେ ବିଭିନ୍ନ ଜିଲ୍ଲା ଗଠନ ପାଇଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୁହାଯାଉ ବୋଲି ଲୋକସଭାରେ ଦାବି କରିଛନ୍ତି ସୁରେଶ ପୂଜାରୀ।      

ବ୍ୟୁରୋ ରିପୋେର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.