Parade Rehearsal: ଗଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଜୋରଦାର, ଚାଲିଛି ପରେଡ୍‌ ରିହରସଲ

By

Published : Jan 23, 2023, 8:51 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି ଭାରତ । ଚଳିତ ବର୍ଷ ରାଜ୍ୟରେ ବିନା କୋଭିଡ କଟକଣାରେ ଏହି ଦିବସ ପାଳନ ହେବ । ଏଣୁ ଗାନ୍ଧୀ ମାର୍ଗ ଲୋକାରଣ୍ୟ ହେବ ବୋଲି ଆଶା କରାଯାଉଛି । ଗଣତନ୍ତ୍ର ଦିବସ ଲାଗି ଗାନ୍ଧୀମାର୍ଗରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବାକୁ ଥିବା ବେଳେ ଫୁଲ ଦମ୍‌ରେ ପରେଡ୍‌ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।  

ରିହରସଲ ସମୟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ଏହାକୁ ତଦାରଖ କରିଛନ୍ତି ।  ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ମୋଟ ୪୯ଟି କଣ୍ଟିଜେଣ୍ଟ ଭାଗ ନେବେ । ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଭାଗ ନେବେ । କୋଭିଡ ପରେ ପ୍ରଥମ ଥର ପାଇଁ ବିନା କଟକଣାରେ ପାଳନ ହେବାକୁ ଯାଉଛି । ଆଜି ରିହରସଲ ହେଲା । ମଙ୍ଗଳବାର ଗ୍ରାଣ୍ଡ ରିହରସଲ ହେବ । ସୁରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

କୋଭିଡ ପାଇଁ ଦୀର୍ଘ ୨ବର୍ଷ ଧରି କଟକଣା ଲାଗୁ ରହିଥିଲା । ବିନା ଦର୍ଶକରେ ପାଳନ ହେଉଥିଲା ଗଣତନ୍ତ୍ର ଦିବସ । ମାତ୍ର ଚଳିତ ବର୍ଷ ଏହି କଟକଣା ଉଠିଛି । ଏବେ ପୂର୍ବ ପରି ବିନା କଟକଣାରେ ‌ହେବ ସମାରୋହ । ଚଳିତ ଏଥର ପୂର୍ବ ଭଳି ସ୍କୁଲ ପିଲାମାନେ ଅଂଶଗ୍ରହଣ କରିବେ । ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ବା ଦଳ ଅଂଶଗ୍ରହଣ କରିବେ ।  ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ।  ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍ ମଧ୍ୟ ଯୋଗ ଦେବେ। ଏଥି ସହ ନାଭାଲ ବ୍ୟାଣ୍ଡ ସହ ପୋଲିସ ବ୍ୟାଣ୍ଡ ମଧ୍ୟ ରହିବେ ।  

ଇଟିଭି ଭାରତ, ଭୁବନେଶ୍ବର 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.