ବଜ୍ରକାପ୍ତା ଚାଲାଣ ବେଳେ ମାଡି ବସିଲା ବନବିଭାଗ: ଜଣେ ଗିରଫ

By

Published : Jul 24, 2023, 10:52 PM IST

thumbnail



ନବରଙ୍ଗପୁର: ରାଇଘର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗର ଏକ ଟିମ୍ ଚାଲାଣକାରୀକୁ ଧରିବାରେ ସଫଳ ହୋଇଛି । ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଚୋରା ଚାଲାଣରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । ରାଇଘର ବନ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ କୁନ୍ଦେଇ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ହାଟଭରଣ୍ଡି ନିକଟରେ 2 ଜଣ ବ୍ୟକ୍ତି ଏକ ବାଇକ ଯୋଗେ ଆସୁଥିଲେ। ସେ ଏକ ବ୍ୟାଗରେ କିଛି ନେଉଥିବା ସନ୍ଦେହ କରି ପଚରାଉଚରା କରିବାରୁ ବ୍ୟାଗରେ ବଜ୍ରକାପ୍ତା ଥିବା ଦେଖିବାକୁ ପାଇଥିଲା ପୋଲିସ । 

ଏହା ବି ପଢନ୍ତୁ... ବଜ୍ରକାପ୍ତା ଡ଼ିଲ ବେଳେ STF ଟିମର ଚଢ଼ାଉ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ

ଘଟଣାସ୍ଥଳରୁ ଜଣେ ଚମ୍ପଟ ମାରିଥିବାବେଳେ ଅନ୍ୟ ଜଣଙ୍କୁ ଧରିବାରେ ସଫଳ ହୋଇଛି ବନବିଭାଗ । ଉକ୍ତ ବ୍ୟକ୍ତିଙ୍କୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ରାଇଘର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଅଭିଯୁକ୍ତ ଜଣକ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ଡୁମାଗୁଡ଼ା ଗ୍ରାମର ସଞ୍ଜିତ କୁଲେସିକା ବୋଲି ଜଣାପଡ଼ିଛି । ରାଇଘର ରେଞ୍ଜର କହିଛନ୍ତି, "ବାଜ୍ରକାପ୍ତାକୁ ଗତ ୨୧ ତାରିଖରୁ ଉଦ୍ଧାର କରାଯାଇଥିବାବେଳେ ଚାଲାଣକାରୀକୁ ଗତ ୨୧ ତାରିଖଠାରୁ ଅଟକ ରଖାଯାଇଥିବାବେଳେ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ । ଏହି ମାଇ ବଜ୍ରକାପ୍ତାର ଓଜନ 8.2 କିଲୋ ଗ୍ରାମ ରହିଛି । ଏହାସହ ବଜ୍ରକାପ୍ତାକୁ ଚିକିତ୍ସା ମଧ୍ୟ କରାଯାଇଛି।"

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.