ETV Bharat / state

ବଜ୍ରକାପ୍ତା ଡ଼ିଲ ବେଳେ STF ଟିମର ଚଢ଼ାଉ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ

author img

By

Published : Apr 3, 2023, 7:47 AM IST

ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ବଜ୍ରକାପ୍ତା ଧରି ବ୍ୟାପାର କରୁଥିବା ଅପରାଧିକୁ କାବୁ କରିଛି STF ଟିମ । ଅଧିକ ପଢନ୍ତୁ

pangolin rescued
pangolin rescued

pangolin rescued

ବରଗଡ: ବଜ୍ରକାପ୍ତା ବିକ୍ରି ପଡିଲା ମହଙ୍ଗା । ଜଙ୍ଗଲରୁ ବଜ୍ରକାପ୍ତା ଧରି ବ୍ୟାପାର କରୁଥିବା ଅପରାଧିକୁ କାବୁ କରିଛି STF ଟିମ । ବରଗଡ ଜିଲ୍ଲା ଜଙ୍ଗଲ ବିଭାଗର ସହାୟତାରେ STF ଟିମ ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ଚଢାଉ କରିଥିଲା । ଏନେଇ ଘଟଣା ସ୍ଥଳରେ ମହାଦେବ ମୁକ୍ତିଆ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ସୂଚନା । ଉକ୍ତ ବ୍ୟକ୍ତି ଠାରୁ ଗୋଟେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ବେଆଇନ ଭାବେ ଗଚ୍ଛିତ ରଖିଥିବା ଅନେକ ବନ୍ୟସାମଗ୍ରୀକୁ କରାଯାଇଛି ଜବତ ।

ସୂଚନା ମୁତାବକ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଜଙ୍ଗଲି ଜନ୍ତୁଙ୍କ ଶିକାର କରାଯିବା ସହିତ ବ୍ୟାପକ ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଖବର STF ଟିମକୁ ମିଳିଥିଲା । ତେବେ STF ଟିମ ପକ୍ଷରୁ ଯୋଜନା ମୁତାବକ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ଏଥିସହ ସେହି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଓ ବଜ୍ରକାପ୍ତା ବ୍ୟାପାର କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିଲା । ଅନ୍ୟପଟେ ଜଣେ ବ୍ୟକ୍ତି ଜୀବନ୍ତ ବଜ୍ରକାପ୍ତା ରଖିଥିବା ଖବର ପାଇବା ପରେ ଗ୍ରାହକ ହୋଇ ଉକ୍ତ ବ୍ୟକ୍ତିଙ୍କ ସଙ୍ଗେ ବଜ୍ରକାପ୍ତା କ୍ରୟ କରିବାକୁ ମୂଲଚାଲ କରାଯାଇଥିଲା । ବଜ୍ରକାପ୍ତା ବ୍ୟାପାରୀ ଜଣକ ପାଇକମାଳ ଥାନା ଅନ୍ତର୍ଗତ ଗଣ୍ଡପାଳି ଗ୍ରାମର ହୋଇଥିବା ବେଳେ ସେ ବିଜାଡ଼ିହି ଠାରେ ଡିଲ କରିବାକୁ କହିଥିଲା ।

ତେବେ ପୂର୍ବ ଯୋଜନା ମୁତାବକ STF ଟିମ ଓ ବରଗଡ ଜଙ୍ଗଲ ବିଭାଗ ବେଶ ବଦଳାଇ ଏହି ଡିଲରେ ସାମିଲ ହୋଇଥିଲେ ଏବଂ ହଠାତ ଅଭିଯୁକ୍ତ ମହାଦେବ ମୁକ୍ତିଆଙ୍କ ଘରେ ଚଢାଉ କରିଥିଲେ ଓ ତା ଠାରୁ 12 କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା । ବନ୍ୟା ଜନ୍ତୁ ସଂରକ୍ଷଣ ଆଇନ 1972 ଅନୁଯାୟୀ ଏହି ବଜ୍ରକାପ୍ତା ବିଭାଗ ୧ରେ ଯାଉଥିବା ବେଳେ ଏପରି ଜାତିର ବନ୍ୟଜନ୍ତୁଙ୍କୁ କ୍ଷତି ପହଞ୍ଚାଇବା କିମ୍ବା ବ୍ୟାପାର କରିବାର ଅପରାଧରେ ସର୍ବାଧିକ ଦଣ୍ଡ ବିଧାନ ଥିବା ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ଉକ୍ତ ଅପରାଧୀକୁ ବରଗଡ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଠାରେ STF ଟିମ ଜିମାରେ ଦେଇଥିବା ବେଳେ ଏହି କାରବାର କେତେଦୂର ଲମ୍ବିଛି ତାହାର ଅଧିକ ତଦନ୍ତ ଚଳାଇଛି ବନ ବିଭାଗ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ବଜ୍ରକାପ୍ତା ବିକ୍ରି କରିବା ସମୟରେ ବନ ବିଭାଗ ଚଢାଉ କରି ବଜ୍ରକାପ୍ତା ଉଦ୍ଧାର କରିଥିଲା ଏବଂ ବର୍ତ୍ତମାନ ମଧ୍ୟ ସେହି କାରବାର ଜାରି ରହିଛି । ତେବେ ଏହି କାରବାରରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରିବାକୁ ପ୍ରୟାସ ଚଳାଇଛି ବନ ବିଭାଗ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.