ବିହାର ରାଜଗୀର ମହୋତ୍ସବରେ ନିଆରା ଟି ଷ୍ଟଲ, ନାଚିଗାଇ ଚା' ବିକୁଛନ୍ତି ଦୋକାନୀ

By

Published : Dec 4, 2022, 9:13 PM IST

Updated : Feb 3, 2023, 8:34 PM IST

thumbnail

ପାଟନା: ବିହାର ନାଳନ୍ଦାରେ ଚାଲିଛି ରାଜଗୀର ମହୋତ୍ସବ । ଏହି ମହୋତ୍ସବରେ ଦେଖିବାକୁ ମିଳିଛି ଏକ ନିଆରା ଟି ଷ୍ଟଲ । ଏହି ଦୋକାନରେ ଚା' ବିକ୍ରି କରୁଥିବା ବ୍ୟକ୍ତିଙ୍କ ବେଶଭୂଷା ଯେପରି ଅସାଧାରଣ ରହିଛି ସେହିପରି ତାଙ୍କ ଚା' ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ଅଜବ (Pagla Baba Herbal Tea in Rajgir) । ଦୋକାନୀ ଜଣକ ନାଚିଗାଇ ଚା' ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରୁଛନ୍ତି । ତାଙ୍କ ନାମ ହେଉଛି ପାଗଳ ବାବା । ପରିବେଶର ସଂରକ୍ଷଣ ବାର୍ତ୍ତା ଦେବା ଲାଗି ସେ ଏପରି ବେଶ ଧାରଣ କରିଥିବା କହିଛନ୍ତି । ଜଳ-ଜମି-ଜଙ୍ଗଲର ସୁରକ୍ଷା ନେଇ ସେ ନିଜ ଦୋକାନରେ ବାର୍ତ୍ତା ଦେଉଛନ୍ତି । ତାଙ୍କ ଦୋକାନରେ ୩୧ ପ୍ରକାରର ଚା' ମିଳୁଛି । ଏଥିରେ ସେ ସ୍ବାସ୍ଥ୍ୟ ପକ୍ଷେ ହିତକର ହର୍ବାଲ ଟି ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ ଚିନି ପରିବର୍ତ୍ତେ ମିଶିରି ଓ ମହୁ ମିଶାଉଥିବା ସେ କହିଛନ୍ତି । ଏହି ପାଗଳ ବାବାଙ୍କ ପ୍ରକୃତ ନାମ ମିଥିଳେଶ କୁମାର ସନ୍ତୋଷୀ ବୋଲି ଜଣାପଡ଼ିଛି ।

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.