ଶୁଭମୟ ହେବ ଦିନ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

By ETV Bharat Odisha Team

Published : Dec 16, 2023, 6:29 AM IST

thumbnail

ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ । ଅନାଥର ନାଥ ସେ ନିରାଶର ଆଶା ।  ପ୍ରତିଦିନ ସକୁଳ ଶ୍ରୀମିନ୍ଦିରରେ ଆଳତୀ ହୋଇଥାଏ ।  ଭକ୍ତ ଆଳତୀ ନେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଭିଡ ଜମାଇଥାନ୍ତି । ସକାଳୁ ସକାଳୁ ଶ୍ରୀମନ୍ଦିରରେ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । କଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ ।  ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ହୁଏ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.