HP Flood: କାଗଜ ଡଙ୍ଗା ଭଳି ଭାସିଯାଉଛି ବଡ଼ ବଡ଼ ଅଟ୍ଟାଳିକା, ଦମ୍ଭ ହୋଇ ଠିଆହୋଇଛି ପୁରାତନ ମନ୍ଦିର

By

Published : Jul 11, 2023, 10:34 PM IST

thumbnail

ସିମଲା: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ବିତ୍ପାତ ପୁଣି ଥରେ କେଦାରନାଥ ବିନାଶକୁ ମନେ ପକାଇ ଦେଇଛି । ହିମାଚଳରେ ପ୍ରକୃତିର ତାଣ୍ଡବର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ହେଲେ ଜଳ ପ୍ରଳୟ ମଧ୍ୟରେ ମନ୍ଦିରର ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ  ବଡ଼ ବଡ଼ କୋଠା ଘର ଭାସୁଥିବା ବେଳେ ଏକ ପୁରାତନ ମନ୍ଦିର କିପରି ଦମ୍ଭ ଭାବେ ପ୍ରକୃତିର କୋପକୁ ସାମ୍ନାକୁ କରୁଛି । ଏହି ମନ୍ଦିର ହେଉଛି ମଣ୍ଡି ସହରରେ ସୁକେତି ଓ ବ୍ୟାସ ନଦୀର ସଙ୍ଗମ ସ୍ଥଳରେ ଥିବା ପଞ୍ଚଭକତ୍ର ମହାଦେବ ମନ୍ଦିର । 

2013 ମସିହାରେ କେଦାରନାଥରୁ ମଧ୍ୟ କିଛି ଏପରି ଦୃଶ୍ୟ ସାମ୍ନାକୁ ଆସିଥିଲା । ବାଦଲ ଫଟା ବର୍ଷାରେ କେଦାରନାଥ ଧ୍ବଂସ ବିଧ୍ବସ୍ତ ହୋଇପଡ଼ିଥିବା ବେଳେ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନଥିଲା । ଏବେ ମଧ୍ୟ ବ୍ୟାସ ନଦୀରେ ଆସିଥିବା ବନ୍ୟା ଜଳରେ ଏହି ମନ୍ଦିରର ମଧ୍ୟ କୌଣସି କ୍ଷତି ପହଞ୍ଚାଇ ପାରିନାହିଁ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.