North India Flood: ବର୍ଷୁଛି ମୌସୁମୀ ଭାସୁଛି ଉତ୍ତର ଭାରତ, ଅଧିକ ପ୍ରଭାବିତ ହିମାଚଳ

By

Published : Jul 10, 2023, 8:53 PM IST

thumbnail

ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟାରେ ଭାସୁଛି ଉତ୍ତର ଭାରତ । ପ୍ରକୃତି କୋପରେ ଉବୁଟୁବୁ ଉତ୍ତର ଭାରତର ଅନେକ ରାଜ୍ୟ ।  ବର୍ଷା, ବନ୍ୟା ଓ ଭୂସ୍ଖଳନରେ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଜମ୍ମୁକାଶ୍ମୀରର ସ୍ଥିତି ଗମ୍ଭୀର ରହିଛି । କେଉଁଠି ବନ୍ୟା ସ୍ରୋତରେ ଟ୍ରକ ଭାସୁଛି ତ ଆଉ କେଉଁଠି ଭୟଙ୍କର ଶବ୍ଦ କରି ଖସୁଛି ମାଟି ଅତଡ଼ା । ଲଗାଣ ବର୍ଷା ଯୋଗୁଁ ଅନେକ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ । ଦିଲ୍ଲୀରେ ବର୍ଷା 40 ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଉତ୍ତରାଖଣ୍ଡର 150 ଗାଁ ଜଳମଗ୍ନ ରହିଛି । 

ଏଯାବତ ଉତ୍ତର ଭାରତରେ 15 ଜଣଙ୍କ ମୃତ୍ୟୁ ଘଟିଲାଣି । ସେଥିମଧ୍ୟରୁ ହିମାଚଳପ୍ରଦେଶରେ 5 ଜଣ ଓ ଜମ୍ମୁକାଶ୍ମୀରରେ 2 ଜଣ ଓ ଦିଲ୍ଲୀରେ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷା ବିତ୍ପାତ ମଧ୍ୟରେ ଆସନ୍ତା 2 ଦିନ ଜମ୍ମୁକାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ୟୁପିରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଜଳ ପ୍ରଳୟରେ ଅଧିକ ପ୍ରଭାବିତ ହୋଇଛି ହିମାଚଳପ୍ରଦେଶ । ରାଜ୍ୟରେ 700ରୁ ଅଧିକ ରାସ୍ତା, ପୁରୁଣା ବ୍ରିଜ ଧୋଇ ହୋଇଯାଇଥିବା ବେଳେ ମନାଲି, କୁଲ୍ଲୁ, ମଣ୍ଡିରେ ଭୂସ୍ଖଳନ ହୋଇଛି । ଏପରି ସ୍ଥିତିରେ ଘରୁ ନ ବାହାରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ପରାମର୍ଶ ଦେଇଛନ୍ତି। ସେପଟେ ମୌଳିକ ସେବା ପୁନରୁଦ୍ଧାର ଲାଗି ଉଦ୍ୟମ ଜାରି ଥିବା କହିଛନ୍ତି ହିମାଚଳପ୍ରଦେଶ ପୂର୍ତ୍ତ ବିଭାଗ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.