ରଥଯାତ୍ରା ପରେ ପ୍ରଥମ ଅବଢା ପାଇଲେ ଭକ୍ତ

By

Published : Jul 13, 2022, 7:52 PM IST

Updated : Feb 3, 2023, 8:24 PM IST

thumbnail

ପୁରୀ: ରତ୍ନବେଦିରେ ବିରାଜିତ କାଳିଆ ସାଆନ୍ତେ । ଶ୍ରୀଗୁଣ୍ଡା ଯାତ୍ରା ପରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବା ପରେ ପୁଣି ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର । ନୀଳାଚଳ ଅବଢ଼ା ପାଇ ଭକ୍ତ ମନ ଆନନ୍ଦିତ । ଦୀର୍ଘ ୧୨ ଦିନ ପରେ ଆଜି ଠାରୁ ପୁଣିଥରେ ନୀଳାଚଳ ଅବଢ଼ା ଉପଲବ୍ଧ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ ବଦଳରେ ଆଡ଼ପ ଅବଢ଼ା ପାଇ ଆସୁଥିଲେ । କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ । ଗତକାଲି ନୀଳଦ୍ରି ବିଜେ ପରେ ଭକ୍ତମାନେ ଆଜି ଠାରୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ଅବଢ଼ା ପାଇ ବେଶ୍ ଆନନ୍ଦିତ । ଇଟିଭି ଭାରତ, ପୁରୀ

Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.