ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡ଼ି ହେଲା ନବରଙ୍ଗପୁର

By ETV Bharat Odisha Team

Published : Nov 4, 2023, 10:59 AM IST

thumbnail

ନବରଙ୍ଗପୁର: ଜିଲ୍ଲାର 10ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଗ୍ରାମର ରୂପାନ୍ତରିକରଣ ପାଇଁ 94 କୋଟି 50 ଲକ୍ଷ ଟଙ୍କା ବ୍ୟୟରେ 2 ହଜାର 492ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତି ଗ୍ରାମପଞ୍ଚାୟତର ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ବିଭିନ୍ନ ଐତିହ୍ୟ ସ୍ଥଳୀର ସଂରକ୍ଷଣ, ଡିଜିଟାଲ ଭିତ୍ତିଭୂମି, କ୍ରୀଡ଼ାର ବିକାଶ, ଦକ୍ଷତା ବିକାଶ କେନ୍ଦ୍ର, ବ୍ୟାଙ୍କିଙ୍ଗ ସେବା, ଶିକ୍ଷାର ବିକାଶ ଓ ପଞ୍ଚାୟତକୁ ସଶକ୍ତ କରିବାର ପ୍ରୟାସ ଭଳି ପଦକ୍ଷେପ ନିଆଯାଇଛି । ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ, ଡ଼ାବୁଗାଁ ବିଧାୟକ ମନହୋର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ମାଝୀ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ଥିବା ବେଳେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉମରକୋଟରେ ଉପସ୍ଥିତ ଥିଲେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.