Watch: ଶୁଖିଲା ସମୁଦ୍ର ଦେଖି ଦର୍ଶକ ବିଭୋର

By ETV Bharat Odisha Team

Published : Sep 7, 2023, 9:22 AM IST

thumbnail

ଅନୁଗୋଳ: ଶେଷ ହୋଇଛି ପାଞ୍ଚ ଦିନିଆ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ । ଅନ୍ତିମ ସନ୍ଧ୍ୟାରେ କଳାକାରଙ୍କ ଦ୍ଵାରା ପରିବେଷିତ ହୋଇଥିଲା ନାଟକ ଶୁଖିଲା ସମୁଦ୍ର । ଅନୁଗୋଳର କଳାକାର ଅନୁଷ୍ଠାନ ପକ୍ଷରୁ ପରିବେଷିତ ନାଟକକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଅଳ୍ପ ଦରମା ପାଉଥିବା ଜଣେ ନିମ୍ନ ମଧ୍ୟ ବିତ ପରିବାରର ମଣିଷଟିଏ ପରିବାରର ଭରଣ ପୋଷଣ ପାଇଁ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି।ପରିବାରର ପୁଅ ଝିଅ ବଡ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବି ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି । ସେହି ପୁଅ ଝିଅ ନିଜ ଗରିବୀକୁ ଉପହାସ କରି ତା ବିରୁଦ୍ଧରେ ପାରିବାରିକ ବିଦ୍ରୋହ ଆରମ୍ଭ କରିଛନ୍ତି । ବୋଝ ଉପରେ ନଳିତା ବିଡା ପରି ଅବସ୍ଥା ତୀବ୍ର ରୂପ ଧାରଣ କରିଛି । ଏହିପରି କିଛି ପାରିବାରିକ ଓ ସାମାଜିକ ସମସ୍ୟାକୁ ଦେଖାଇଛି ନାଟକ ଶୁଖିଲା ସମୁଦ୍ର । ଏହାକୁ ରଚନା ଡ଼.ଶିବ କୁମାର ରଥ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଡ଼ା କୃଷ୍ଣ ଚନ୍ଦ୍ର ଦାଶ । 

ସେହିପରି ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ରଜନୀ କାନ୍ତ ସିଂହ ଯୋଗ ଦେଇ ଜିଲ୍ଲାର କଳା ସଂସ୍କୃତିର ମାଟି ବୋଲି କହିଥିଲେ । ଏହି ମାଟିରୁ ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ସେମାନଙ୍କ ଅଭିନୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏକାଡେମୀ ସଚିବ ପ୍ରବୋଧ ରଥ ଅନୁଗୋଳର ନାଟ୍ୟ ମନସ୍କ ବ୍ୟକ୍ତିଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଦେବା ସହ ଏଠାରେ ଜାତୀୟ ସ୍ତରର ନାଟକ ମହୋତ୍ସବ କରିବାର ପ୍ରତିଶ୍ରୁତି ଦେଇଥିଲେ। 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.