ଶନିବାର ସୁବର୍ଣ୍ଣପୁର ବନ୍ଦ ଡାକରା, ପୋଲିସ ପ୍ରଶାସନ ସଜାଗ

By ETV Bharat Odisha Team

Published : Nov 17, 2023, 10:10 PM IST

thumbnail

ସୁବର୍ଣ୍ଣପୁର: ଆସନ୍ତାକାଲି (18 ନଭେମ୍ବର 2023) ଶନିବାର ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳନ କରିବା ପାଇଁ କୋଶଲ ଯୁବ ସଂଗଠନ ବନ୍ଦ ଡାକରା ଦିଆଯାଇଛି । ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯିବ । ସକାଳ 6 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜିଲ୍ଲାରେ ଗାଡିମୋଟର, ଦୋକାନବଜାର,ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ବିଦ୍ୟାଳୟ ଆଦି ସବୁ ବନ୍ଦ କରିବା ପାଇଁ କୋଶଳ ଯୁବ ସଂଗଠନ ଆହ୍ୱାନ ଦେଇଛି ।

ଆଜି ସଂଗଠନ ପକ୍ଷରୁ ସହରରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଅହିଂସା ଓ ଗଣତାନ୍ତ୍ରିକ ଭାବେ ବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । କୋଶଳ ଯୁବ ସଂଗଠନ ପକ୍ଷରୁ ଜିଲ୍ଲାର ବଣିକ ସଙ୍ଘ, ଘରୋଇ ବସ ମାଲିକ ସଙ୍ଘ, ଟ୍ୟାକ୍ସି ସଂଘ, ସାମ୍ବାଦିକ ସଙ୍ଘ, ଜିଲ୍ଲା ଓକିଲ ସଂଘକୁ ବନ୍ଦ ପାଳନରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ତେବେ ଆସନ୍ତାକାଲି ସକାଳ 6ଟାରେ କୋଶଳ  ଯୁବ ସଂଗଠନର ସଦସ୍ୟମାନେ ସହରର ନଳିନୀ ଛକ, ବ୍ଲକ ଛକରେ ରାସ୍ତା ଅବରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ସେହିପରି ପିକେଟିଂ କରାଯିବ । ସଂଗଠନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ କରିବା ପାଇଁ ନିବେଦନ କରିଥିବା ବେଳେ ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ବେଶ ସଜାଗ ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.