ମା' ସୁରେଶ୍ୱରୀଙ୍କ ପୀଠରେ କୁମାରୀ ପୂଜା

By ETV Bharat Odisha Team

Published : Oct 23, 2023, 10:11 PM IST

thumbnail

ସୁବର୍ଣ୍ଣପୁର: ସୋନପୁର ଗଡଜାତ ସହରର ଇଷ୍ଟ ଦେବୀ ମାଆ ସୁରେଶ୍ୱରୀଙ୍କ ପୀଠରେ କୁମାରୀ ପୂଜାର ଆୟୋଜନ କରାଯାଇଛି । ପ୍ରତିବର୍ଷ ପରି ବିଶ୍ୱଶାନ୍ତି ଓ ଭାତୃଭାବ ପ୍ରତିଷ୍ଠା ପାଇଁ ଚାଲିଥିବା ଚଣ୍ଡୀ ମହାଯଜ୍ଞର ଅନ୍ତିମ ପର୍ଯ୍ୟାୟରେ କୁମାରୀମାନଙ୍କ ପୂଜାର୍ଚ୍ଚନା କରାଯାଇଛି । ଗତ 10 ତାରିଖରୁ ଆରମ୍ଭ ହୋଇଥିବା ଏହି ଚଣ୍ଡୀ ମହାଯଜ୍ଞ ଆସନ୍ତାକାଲି ଦଶହରା ପୂଜାରେ ପୂର୍ଣ୍ଣାହୂତି ଦିଆଯିବ ।ତେବେ ଏହି ଯଜ୍ଞର ଅନ୍ତିମ ପର୍ଯ୍ୟାୟରେ କୁମାରୀମାନଙ୍କ ପାଦଧୋଇ ,ସୁବାଷିତ ପୁଷ୍ପ ,ଅଗୁର ,ଚନ୍ଦନ ,ସିନ୍ଦୁର ସହିତ ନୂତନ ବସ୍ତ୍ର ପ୍ରଦାନ କରାଯାଇଛି । 

ପାରମ୍ପାରୀକ ରୀତିନୀତି ଅନୁସାରେ କୁମାରୀମାନଙ୍କୁ ପଶ୍ଚିମ ମୁହାଁ ଭାବେ ବସାଇ ସେମାନଙ୍କ ପୂଜା କରିବା ସହିତ ବ୍ରତଧାରୀ ମାନେ ଆଶୀର୍ବାଦ ନେଇଛନ୍ତି । ସଂଧ୍ୟାାରେ ସପ୍ତସତୀ ଚଣ୍ଡୀଯଜ୍ଞର କୁମାରୀ ପୂଜା ସହିତ ଦେବୀ ମାଆ ସୁରେଶ୍ୱରୀଙ୍କ ଧୂମାବତୀ ବେଶ କରାଯାଇଛି । ଏହାକୁ ଦେଖିବା ପାଇଁ ପୀଠରେ ବେଶ ଭିଡ ଜମିଥିଲା । ଆଜି ସପ୍ତସତୀ ଚଣ୍ଡୀ ଯଜ୍ଞର ମହାନବମୀ ପୂଜା ଆରଧନାର ସମାପ୍ତି ହୋଇଥିବା ବେଳେ ଆସନ୍ତାକାଲି ଦେବାଦେବୀ ମାନଙ୍କ ମନ୍ତ୍ର ବିସର୍ଜନ ପରେ ଯଜ୍ଞର ପୂର୍ଣ୍ଣାହୂତି କରାଯିବା ବୋଲି ସୂଚନା ମିଳିଛି  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.