ସବୁଠି ହୋଲି ଉତ୍ସାହ: କୁନି ଅନ୍ତେବାସୀ ଖେଳିଲେ ରଙ୍ଗ

By

Published : Mar 8, 2023, 5:35 PM IST

thumbnail

ଝାରସୁଗୁଡା: ଆଜି ରଙ୍ଗର ପର୍ବର ହୋଲିକୁ ନେଇ ସହର ଠାରୁ ଗାଁ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରଙ୍ଗ ଖେଳ । ଅସହାୟ ଛାତ୍ରଛାତ୍ରୀଙ୍କୁ ଆଶ୍ରୟ ଦେଇଥିବା ବ୍ରଜରାଜନଗର ସ୍ଥିତ ଡାନିଏଲ ପବ୍ଲିକ ସ୍କୁଲରେ ଅନ୍ତେବାସୀମାନେ ହୋଲି ପାଳନ କରିଛନ୍ତି । ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଛାତ୍ରଛାତ୍ରୀ ଅନ୍ତେବାସୀ । ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ନିର୍ଦ୍ଦେଶକ, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମଧ୍ୟ ହୋଲି ପାଳନରେ ସାମିଲ ହୋଇଥିଲେ । ପରେ ମିଠା ମଧ୍ୟ ବଣ୍ଚନ କରାଯାଇଥିଲା । ପିଲାମାନେ ହୋଲି ଖେଳି ବେଶ ଆନନ୍ଦ ଅନୁଭବ କରିଥିଲେ । ରଙ୍ଗ ଖେଳ ବେଳେ କିପରି ରାସାୟନିକ ରଙ୍ଗରୁ ଦୂରେଇ ରହିବେ ସେନେଇ ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଅବଗତ ମଧ୍ୟ କରିଥିଲେ ।  ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ହୋଲିର ଶୁଭେଚ୍ଛା ବାଣ୍ଟୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.