Sawan Somwar: ଶ୍ରୀଲୋକନାଥ ପୀଠରେ ହଜାର ହଜାର କାଉଡ଼ିଆଙ୍କ ସମାଗମ

By

Published : Jul 17, 2023, 4:34 PM IST

thumbnail

ପୁରୀ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ଼ ଜମିଛି । ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ଗତକାଲି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିଥିଲେ ।  ରବିବାର ରାତି ୧୨ଟାରେ ସୋମବାରର ପାଳିଆ ସେବକ ପ୍ରବେଶ କରି ଦ୍ଵାରଫିଟା, ସକାଳ ଧୂପ ଓ ମଙ୍ଗଳ ଆଳତି ସାରିବା ପରେ ଜଳଲାଗି ଆରମ୍ଭ କରାଯାଇଥିଲା।

ରାତି ପ୍ରାୟ ସାଢ଼େ ୧୨ଟାରୁ କାଉଡ଼ିଆମାନେ ଜଳଲାଗି ଆରମ୍ଭ କରିଥିଲେ ।  ଶ୍ରୀଲୋକାନାଥ ମନ୍ଦିରକୁ ପ୍ରବେଶ କରିବା ପାଇଁ ଗୋଟିଏ ବାଟ ବ୍ୟବସ୍ଥା ହୋଇଥିବା ବେଳେ କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ରହିଛି । ଭକ୍ତ ଟିକେଟ କାଟି ପର୍ବତି ସାଗର ପଟେ ଥିବା ବାରିକେଡରେ ମନ୍ଦିରକୁ ପ୍ରବେଶ କରିଥଲେ ।  ଚଳିତବର୍ଷ ଭକ୍ତଙ୍କ ଜଳଲାଗି କରିବା ୨୦ ଟଙ୍କା ଟିକେଟ ଦର ରହିଛି ।  ଭକ୍ତମାନେ ଟିକେଟ ନେଇ ଟିକେଟ କାଉଣ୍ଟରଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ଵ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ବ୍ୟବସ୍ଥା ହୋଇଛି।  

ଏହା ବି ପଢନ୍ତୁ- ଶ୍ରାବଣ ସୋମବାର, ଧବଳେଶ୍ବର ପୀଠରେ କାଉଡିଆଙ୍କ ଜଳଲାଗି

ଚଳିତବର୍ଷ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ଏହି ସେଡ ତଥା ବିଶ୍ରାମସ୍ଥଳୀ ନିର୍ମିତ ହୋଇଛି ।  ଭକ୍ତମାନେ ପାଣି ଢାଳ ରଖିବା ପାଇଁ ବାଉଁଶ ଭାରାର ବ୍ୟବସ୍ଥା କରାଯାଇଛି ।  ସେହିପରି ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ପୋଲିସ ଅଫିସର ଓ ଫୋର୍ସ ଆଦି ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ରହିଛନ୍ତି ।  ସେପଟେ ଆଜି ଚିତା ଲାଗି ଅମାବାସ୍ୟା ଅବସରରେ ପ୍ରଭୁ ଲୋକନାଥଙ୍କ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ପ୍ରଭୁଙ୍କ ଉପରେ ସୁବର୍ଣ୍ଣ ଚିତା ଲାଗି ସହ ଚିତଉ ପିଠା ଭୋଗ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.