ନାଟୁ ନାଟୁ କ୍ରେଜ, ଧୁମ ମଚାଇଲେ G20 ପ୍ରତିନିଧି

By

Published : Mar 30, 2023, 12:06 PM IST

thumbnail

ଚଣ୍ଡିଗଡ: ବିଶ୍ବ ଦରବାରରେ ଦେଶକୁ ଗର୍ବିତ କରିଛି 'ନାଟୁ ନାଟୁ' ସଙ୍ଗୀତ । ଏହି ଗୀତରେ ଏବେ ଝୁମୁଛି ସାରା ବିଶ୍ବ । 4 ମିନିଟ 35 ସେକେଣ୍ଡର ଏହି ଟ୍ରାକ ସମସ୍ତଙ୍କ ମନକୁ ଛୁଇଁଛି । ଗୀତ ବାଜିବା ମାତ୍ରେ ଗୋଡ ଆପେ ଆପେ ଉଠିଯାଉଛି । ଓସ୍କାର ପୁରସ୍କାର ହାତେଇବା ପରେ ଗୀତକୁ ଅଧିକରୁ ଅଧିକ ଭଲ ପାଇବା ମିଳିଛି । ନାଟୁ ନାଟୁ ଗୀତରେ ନାଚିଲେ ଜି20 ପ୍ରତିନିଧି । ରାଜମୌଲିଙ୍କ ନିର୍ଦ୍ଦେଶିତ RRR ଫିଲ୍ମ ନାଟୁ ନାଟୁ ଗୀତରେ ଜି 20 ପ୍ରତିନିଧି ଧୁମ ମଚାଇଛନ୍ତି । ଚଣ୍ଡିଗଡରେ ଜି20 ସଦସ୍ୟଙ୍କ ଦ୍ବିତୀୟ ଏଡିଏମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜି-20 ପ୍ରତିନିଧି ନାଟୁନାଟୁ ସଙ୍ଗୀତରେ ନାଚିଥିଲା ଦେଖିବାକୁ ମିଳିଛି । ପରସ୍ପର ସହ ହାତ ମିଳାଇ ଗୀତ ତାଳେ ତାଳେ ନାଚିଛନ୍ତି ଜି-20 ସଦସ୍ୟ । ଯାହାର ଭିଡିଓ ଭାଇରାଲ ହୋଇଛି ଯାହାକୁ ସମସ୍ତେ ପ୍ରଂଶସା କରିଛନ୍ତି । ଜି-20 ସଦସ୍ୟଙ୍କ ଏହି ଗୀତରେ ନାଚି ବେଶ ଖୁସି ଥିବା ଜଣାପଡୁଛି । ନିକଟରେ ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଥିଲା ନାଟୁ ନାଟୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.