ଜଙ୍ଗଲୀ ବାରହା ଆକ୍ରମଣରେ ଫରେଷ୍ଟର ଗୁରୁତର

By ETV Bharat Odisha Team

Published : Nov 9, 2023, 1:26 PM IST

thumbnail

ମାଲକାନଗିରି: ଆତଙ୍କ ଖେଳାଉଛି ଜଙ୍ଗଲୀ ବାରହା । ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ବାରହା ଆତଙ୍କ ଦେଖାଦେଇଛି । ବାଲିମେଳା ବନାଞ୍ଚଳ ପକ୍ଷରୁ ଏକ ଜଙ୍ଗଲୀ ବାରହାକୁ  ଉଦ୍ଧାର କରିବା ସମୟରେ ବାରହାର ପାଲଟା ଆକ୍ରମଣରେ ଫରେଷ୍ଟର ଗୁରୁତର । ସୂଚନା  ଅନୁଯାୟୀ, ଆଜି ଭୋର ସମୟରେ ବାଲିମେଳା ମିନି ଷ୍ଟାଡିୟମରେ ଏକ ଜଙ୍ଗଲୀ ବାରହା ପଶି ଯାଇଥିଲା। ଏହି ସମୟରେ ବିଏସଏଫ ଓ ସାଧାରଣ ଲୋକମାନେ ବ୍ୟାୟାମ କରୁଥିଲେ  । ବାରହା ଲୋକମାନଙ୍କୁ ଦେଖି ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲା। ପରେ ଦୌଡ଼ି ଦୌଡି ପୋଟେରୁ ଜଳ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀଙ୍କ ବାସଭବନ ପରିସରରେ ପଶିଯିବା ଦେଖି ଲୋକମାନେ ବାଲିମେଳା ବନାଞ୍ଚଳ ଫରେଷ୍ଟର ମୋହନ ଗୁଡ଼ିଆଙ୍କୁ ଖବର ଦେଇଥିଲେ । ଲୋକ ଗହଳି ହେବାରୁ ବାରହାଟି ପୁନର୍ବାର ସେଠାରୁ ବାହାରି ଜଳବିଦ୍ୟୁତ ବରିଷ୍ଠ ସାଧାରଣ ପରିଋଳକ ଯନ୍ତ୍ରୀଙ୍କ ବାସଭବନରେ ପଶି ଯାଇଥିଲା । ଫରେଷ୍ଟର ମୋହନ ଗୁଡ଼ିଆ ଓ ଗାର୍ଡ ପ୍ରଶାନ୍ତ କୁମାର ରାଉତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଜାଲ ପକାଇ ବାରହାଟିକୁ କାବୁ କରିଥିଲେ । ପରେ ପଶୁ ଚିକିତ୍ସାଳୟରେ ବାରହାର ଚିକିତ୍ସା ପରେ ଜଙ୍ଗଲ ମଧ୍ୟରେ ଛାଡିବା ସମୟରେ ଅତର୍କିତ ଭାବେ ପାଲଟା ଆକ୍ରମଣ କରି ଫରେଷ୍ଟର ଗୁଡ଼ିଆଙ୍କ ବାମ ହାତର ଗୋଟିଏ ଆଙ୍ଗୁଠିକୁ କାମୁଡି ଛିଣ୍ଡାଇ ଦେଇଥିଲା। ସଙ୍ଗେ ସଙ୍ଗେ ବାଲିମେଳା ପ୍ରାଥମିକ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ସେ ଗୁରୁତର ଥ‌ିବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.