ETV Bharat / state

Wild Boar Attack: ବାରହା ଆକ୍ରମଣରେ ୫ ଗୁରୁତର

author img

By

Published : Apr 25, 2023, 9:54 AM IST

Updated : Apr 25, 2023, 2:16 PM IST

ସମ୍ବଲପୁର ଯୁଜୁମରା ଅଞ୍ଚଳରେ ଜଙ୍ଗଲୀ ବାରହା ଆତଙ୍କ । ବାରହା ଆକ୍ରମଣରେ ନାବାଳିକାଙ୍କ ସମେତ ୫ ଗୁରୁତର । ଅଧିକ ପଢନ୍ତୁ

ବାରହା ଆକ୍ରମଣରେ ୫ ଗୁରୁତର
ବାରହା ଆକ୍ରମଣରେ ୫ ଗୁରୁତର

ସମ୍ବଲପୁର: ଆତଙ୍କ ଖେଳାଉଛି ଜଙ୍ଗଲୀ ବାରହା । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଆମଲିପାଣି ଅଞ୍ଚଳରେ ବାରହା ଆତଙ୍କ ଦେଖାଯାଇଛି । ଜଙ୍ଗଲକୁ ଯାଇଥିବାବେଳେ ବାରହା ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ୫ ଜଣ ଗୁରୁତର ଆତହ ହୋଇଛନ୍ତି l ଆହତଙ୍କ ମଧ୍ୟରେ ୪ ଜଣ ଆମିଲିପାଣି ନିବାସୀ ହୋଇଥିବା ବେଳେ ଜଣେ କୟାକୁଦ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ଅଛନ୍ତି । ଗତକାଲି(ସୋମବାର) ସେମାନେ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଯୁଜୁମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଟ୍ରେନ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା ପୋଲିସ

ସୂଚନା ଅନୁସାରେ, ସୋମବାର ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ । ଏହି ସମୟରେ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ବାରହା ଛକି ବସିଥିଲା । ସେମାନେ ଯାଉଥିବା ବେଳେ ବାଟରେ ହଠାତ୍ ଜଙ୍ଗଲୀ ବାରହା ସମସ୍ତଙ୍କ ଉପରକୁ ଆକ୍ରମଣ କରିଥିଲା । କେହି କିଛି ବୁଝିବା ଆଗରୁ ବାରହା ଜଣକ ପରେ ଜଣକୁ ଆକ୍ରମଣ କରିଥିଲା । ଏଥିରେ ଜଣେ ନାବାଳିକାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଯୁଜୁମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଓଡ଼ିଶା କୃଷକମାନଙ୍କର ଆୟ ଦ୍ବିଗୁଣିତ ହେବା ପରିବର୍ତ୍ତେ କମି ଯାଉଛି: କଂଗ୍ରେସ

ତେବେ ବାରହା ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ଆମିଲିପାଣି ଏବଂ ଜଣେ କୟାକୁଦ ଅଞ୍ଚଳର ବୋଲି ପରିଚୟ ମିଳିଛି । ସେମାନେ ହେଲେ ଲକ୍ଷ୍ମୀପ୍ରିୟା ଧୁରିଆ, ସଖା ଧୁରିଆ, ରିଙ୍କି ମୁଣ୍ଡା, ଅହଲ୍ୟା ଓ ଶାନ୍ତି ମୁଣ୍ଡା । ଆହତମାନଙ୍କ ଗୋଡ, ଅଣ୍ଟା, ବେକ, ହାତରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଛି । ବର୍ତ୍ତମାନ ସମସ୍ତେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିବାହ ପାଇଁ ମନା କଲା ପ୍ରେମିକା, ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ

ଏହି ଅଞ୍ଚଳରେ ପୂର୍ବରୁ ହାତୀ ଆତଙ୍କ ଲାଗି ରହିଥିବା ବେଳେ ବର୍ତ୍ତମାନ ବାରହା ଆତଙ୍କ ଲୋକଙ୍କୁ ଚିନ୍ତାରେ ପକାଇଛି । ବନ ବିଭାଗର ନୀରବତା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ଶିକାରୀମାନେ ପଶୁ ଶିକାର ହେଉଥିବା ମଧ୍ୟ ଅଭିଯୋଗ ଆସୁଛି । ଏଭଳି ପରିସ୍ଥିତିରେ ହିଂସ୍ର ଜନ୍ତୁଙ୍କ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି ।


ଇଟିଭି ଭାରତ, ସମ୍ବଲପୁର

Last Updated : Apr 25, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.