ସତ୍ୟବାଦୀ ଭଣ୍ଡାରଦଣ୍ଡା ଗାଁରେ ଅଜଣା ଜନ୍ତୁ, ଉଦ୍ଧାର କଲା ବନ ବିଭାଗ

By ETV Bharat Odisha Team

Published : Nov 30, 2023, 3:27 PM IST

thumbnail

ପୁରୀ: ସତ୍ୟବାଦୀ ଭଣ୍ଡାରଦଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଗୋଟିଏ ଅଜଣା ଜନ୍ତୁ ସକାଳୁ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ପରେ ମହିଳା ଜଣଙ୍କ କୌଶଳ କରି ଖସି ଆସିବାରେ ସକ୍ଷମ ହୋଇଥିଲେ । ତେବେ ଗ୍ରାମବାସୀ ଏହା ଜାଣିବା ପରେ ଜନ୍ତୁକୁ ଖୋଜିଥିଲେ । ପରେ ଏହାକୁ ଠାବ କରି ଗ୍ରାମର ଅଙ୍ଗନାବାଡ଼ି କେନ୍ଦ୍ରରେ ପୁରାଇ ତାଲା ଦେଇଥିଲେ । ଖବର ପାଇ ବନ ବିଭାଗ ଜନ୍ତୁଟିକୁ ଉଦ୍ଧାର କରିଥିଲେ । ବନ ବିଭାଗ କର୍ମଚାରୀଙ୍କ କହିବା କଥା ଏହା ହେଉଛି ହନି ବ୍ୟାଜର । ସ୍ଥାନୀୟ ଅଞ୍ଚଳରେ ଏହାକୁ ଗାଡ ଭାଲୁ କୁହାଯାଏ । ଏହା କାହାକୁ ଆକ୍ରମଣ କରେ ନାହିଁ । ହେଲେ ସେ ଭୟଭୀତ ହୋଇ ପଡିଲେ ଆକ୍ରମଣ ପାଇଁ ଗୋଡ଼ାଏ । ଏହା ସ୍ଥାନୀୟ ଜଙ୍ଗଲରେ ରୁହେ । ତେବେ ଏକ ଯନ୍ତା ଅଣାଯିବା ପରେ ଗାଡ଼ ଭାଲୁକୁ ବନ ବିଭାଗ ଉଦ୍ଧାର କରିଛି। ତେବେ ଏହି ଗାଡ଼ ଭାଲୁକୁ ଦେଖିବା ପାଇଁ ଗାଁରେ ଲୋକଙ୍କ ଭିଡ ଜମିଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.