ରାଜଧାନୀରେ ଅଗ୍ନିକାଣ୍ଡ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗିଲା ନିଆଁ, ରସୁଲଗଡ଼ରେ ଜଳିଲା ଦୋକାନ

By

Published : Jun 22, 2023, 4:18 PM IST

thumbnail

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ଇଲେକ୍ଟ୍ରିକ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁଁ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିଶମର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଦୀର୍ଘ 20 ମିନିଟ ଧରି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବିଭାଗର ଏହି ଟିମ୍। ତେବେ ପୂର୍ବରୁ ଅନେକ ଥର ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ନଜରକୁ ଆସିଛି। 

ପୁରୁଣା ୱାୟାରିଂ କରାଯାଇଥିବା ତାର ଯୋଗୁ ବିଭିନ୍ନ ସମୟରେ ସଟସର୍କିଟ ହୋଇ ନିଆଁ ଲାଗିଥିବା ଜଣାପଡିଛି। ଏପରିିିକି ଉତ୍କଳ ବିଶ୍ଵବିଦ୍ୟାଳୟର କ୍ୟାମ୍ପସରେ ମଧ୍ୟ ନିଆଁ ଲାଗିଥିବା ନଜରକୁ ଆସିଛି। ତେବେ ପୂର୍ବରୁ ପିଜି କାଉନସିଲିଂ ବିଲଡିଂ, ସଂସ୍କୃତ ବିଭାଗ ଭଳି ଅନେକ ବିଭାଗର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହାସହ କ୍ୟାମ୍ପସ ମଧ୍ୟରେ ମଧ୍ୟ ଜୋରଦାର ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ତେବେ ଅନେକ ସମୟରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଅନେକ ବିଭାଗ ହେଉ ବା ସିଣ୍ଡିକେଟ ହଲରେ ମଧ୍ୟ ହୋଇଥିଲା ଅଗ୍ନିକାଣ୍ଡ। ତେବେ ବିଶ୍ଵବିଦ୍ୟାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଉନଥିବାରୁ ଅସନ୍ତୋଷ ତେଜିଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଭାବରେ ଯାଞ୍ଚ ହେଉଛି କି ନାହିଁ,  ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ ଏ ସମସ୍ତ ବିଷୟ ଉପରେ ଦୃଷ୍ଟି ଦେଉଛନ୍ତି କି ନାହିଁ ଏହିଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।


ଏପଟେ ଭୁବନେଶ୍ୱରର ଆଉ ଏକ ସ୍ଥାନରେ ସଟସର୍କିଟ ହେବା ଦ୍ଵାରା ନିଆଁ ଲାଗିଛି। ରସୁଲଗଡ଼ର ଆହାର କେନ୍ଦ୍ର ନିକଟରେ ଥିବା ଦୋକାନ ଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ଏକ ଟିମ୍ ନିୟୋଜିତ ହୋଇଥିଲେ । ନିଆଁ ଲିଭାଇବା ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଥିଲା। ଯେପରି ନିଆଁ ଆଉ କୌଣସି ଦୋକାନକୁ ନ ବ୍ୟାପେ ସେଥିପାଇଁ ଆଖ ପାଖରେ ଥିବା ସମସ୍ତ ଦୋକାନ କୁଡିକୁ ବନ୍ଦ କରାଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.