ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ପାଗରେ ପରିବର୍ତ୍ତନ, ଚିନ୍ତାରେ ଚାଷୀ

By ETV Bharat Odisha Team

Published : Dec 5, 2023, 8:33 PM IST

thumbnail

ନବରଙ୍ଗପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ସାମଦ୍ରିକ ଝଡ ‘ମିଗଜୋମ୍’ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି ।  ଗତକାଲି ଠାରୁ ଆକାଶ ମେଘାଚ୍ଛନ୍ନ ରହୁଛି ।  ଜିଲ୍ଳାର ଅଳ୍ପ ସ୍ଥାନରେ ଝିପ ଝିପ ବର୍ଷା ହେଇଛି  । ବର୍ତମାନ ଧାନ ଓ ମକାର ଅମଳ ସମୟ  ହେଇଥିବା ବେଳେ ପ୍ରାୟତଃ ଚାଷୀ  ଧାନ କାଟି ଖୋଳାରେ ରଖି ସାରିଲେଣି । ସେପଟେ  ମକା ମଧ୍ଯ ଭଙ୍ଗା ସରିଛି କିନ୍ତୁ ଅମଳ ହୋଇ ନାହିଁ । ତେଣୁ ଚିନ୍ତାରେ ଚାଷୀ ଉତ୍ପାଦିତ ଫସଲକୁ ସୁରକ୍ଷିତ ରଖିବା ପାଇଁ, ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରି ପ୍ରଶାସନ ତରଫରୁ ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଉଛି । ଓଡିଶା ମିଲେଟ ମିଶନ ତରଫରୁ ପ୍ରତିଦିନ ପଚାଶ ଟଙ୍କା ଭଡ଼ାରେ ଚାଷୀମାନଙ୍କୁ  ପଲିଥିନ ଯୋଗାଇ ଦିଆଯାଉଛି  ।

ସେପଟେ ଚାଷୀମାନେ ଧାନ ଅମଳ କରିସାରିଥିବା ବେଳେ ମଣ୍ଡି ନଖୋଲିବାରୁ ଏବ ଚିନ୍ତାରେ ପଡ଼ିଛନ୍ତି । ଏହାସହ ପ୍ରଶାସନ ଯୋଗାଉଥିବା ପଲିଥିନ ପର୍ଯ୍ୟପ୍ତ ପରିମାଣରେ ନାହିଁ । ତେଣୁ ଯଥାଶୀଘ୍ର ଚାଷୀଙ୍କୁ ଉପଯୁକ୍ତ ପରିମାଣର ପଲିଥିନ ଯୋଗାଇ ଦେଲେ ସେମାନେ ଉପକୃତ ହେବେ ବୋଲି ଚାଷୀ କହିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ.....ବାତ୍ୟା ମିଗଜୋମ୍ ପ୍ରଭାବରେ ବର୍ଷା, ଗଜପତିରେ ସ୍କୁଲ-କଲେଜ ଛୁଟି

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.