ଲାପସ୍‌ ହୋଇଗଲାଣି ଟୋକନ୍‌, ଧାନ ଉଠାଉନାହାନ୍ତି ମିଲର

By ETV Bharat Odisha Team

Published : Jan 8, 2024, 10:29 PM IST

thumbnail

Farmers Protest in Nabarangpur ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡିରେ ଅବ୍ୟବସ୍ଥା ଓ ଧାନ କିଣା ଯାଉନଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ରୋକ କରାଯାଇଥିଲା । ଦୀର୍ଘଦିନ ଧରି ଚାଷୀ ମଣ୍ଡିକୁ ଧାନ ଆଣି ୧୫୦୦ ପ୍ୟାକେଟ୍‌ରୁ ଊର୍ଦ୍ଧ୍ବ ଧାନ ଗଚ୍ଛିତ କରି ରଖିଥିବା ବେଳେ ମିଲର୍ସ ମନମାନି କରି ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ କେତେକ ଚାଷୀଙ୍କର ଟୋକନ୍‌ ଆଜି ଲାପସ୍‌ ହୋଇଯାଉଥିବା ବେଳେ ଚାଷୀଙ୍କ ଧାନ ଉଠାଯାଉନାହିଁ । ଫଳରେ ଉତ୍ୟକ୍ତ ହୋଇ ଚାଷୀ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବା ସହ ଧଣ୍ଡରା ମଣ୍ଡି ସମ୍ମୁଖ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ ।

ଅନ୍ୟପଟେ ରାସ୍ତା ଅବରୋଧ ହେବା ଫଳରେ ନବରଙ୍ଗପୁର ସହର ଓ ଖାତିଗୁଡା ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଯଦି ଯଥା ଶୀଘ୍ର ମଣ୍ଡିରୁ ଧାନ ନଉଠିବ ତେବେ ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଯୋଗାଣ ବିଭାଗ ତରଫରୁ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ ଉପସ୍ଥିତ ରହି ଚାଷୀ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ରାତି ୮ଟାରେ ରାସ୍ତା ରୋକ ହଟିଥିବା ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.