Watch: ପେଟ୍ରୋଲ ପମ୍ପରେ ପଶିଲା ଗଜରାଜ, ଜୀବନ ବିକଳରେ ଦୌଡିଲେ ଲୋକେ

By

Published : Jul 21, 2023, 7:51 AM IST

thumbnail

ସମ୍ବଲପୁର: ପେଟ୍ରୋଲ ପମ୍ପରେ ବଣୁଆ ହାତୀ ତାଣ୍ଡବ । ଜଙ୍ଗଲ ଭିତରୁ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଲେ ଦନ୍ତାହାତୀ । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଅନ୍ତର୍ଗତ ଝଙ୍କାରପାଲି ପଞ୍ଚାୟତର ଭବାନୀପାଲି ପେଟ୍ରୋଲ ପମ୍ପରେ l ସମ୍ବଲପୁର କଟକ ୫୫ ନମ୍ବର ଜାତୀୟ ରଜପଥ କଡ଼ରେ ଥିବା ଏହି ପେଟ୍ରୋଲ ପମ୍ପରେ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଏକ ବଣୁଆ ହାତୀ ହଠାତ୍ ପଶିଯାଇ ଏଣେତେଣେ ବୁଲିବାକୁ ଲାଗିଥିଲା l ଏହା ଦେଖି ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାହକ ଭୟଭୀତ ହୋଇ ଯିଏ ଯୁଆଡେ ଜୀବନ ବିକଳରେ ଦୌଡ଼ିଥିଲେ l ପରେ ସ୍ଥାନୀୟ ଲୋକ ଓ କର୍ମଚାରୀ ବନ ବିଭାଗକୁ ଖବର ଦେଇଥିଲେ l ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଣୁଆ ଦନ୍ତାହାତୀକୁ ଘଉଡ଼ାଇବା ପାଇଁ ନକେଦମ ହୋଇଥିଲେ l ତେବେ ବହୁ କଷ୍ଟରେ ହାତୀକୁ ଜଙ୍ଗଲ ଆଡକୁ ଘଉଡେଇ ଥିଲେ l ବଡ଼ କଥା ହେଲା, ବଣୁଆ ହାତୀଟି କାହାରି କିଛି କ୍ଷୟକ୍ଷତି କରିନଥିଲା l  ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ହାତୀଟି ସପ୍ତାହେ ହେଲା ସନ୍ଧ୍ୟା ସମୟରେ ଏହି ଅଞ୍ଚଳରେ ଦେଖିବାକୁ ମିଳୁଛି l ବନ ବିଭାଗର ତ୍ରୁଟିପୂର୍ଣ୍ଣ ବନ୍ୟ ପରିଚାଳନା ଯୋଗୁଁ ଏହିଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି  ।
 

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.