ଅନୁଗୋଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

By

Published : Mar 15, 2023, 10:16 AM IST

thumbnail

ଅନୁଗୋଳ: ଆଜିଠୁ ଓଡିଶା ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । 10 ଦଫା ଦାବିରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ମହାସଂଘ । ଅନୁଗୋଳ ଜିଲ୍ଲା ଡ୍ରାଇଭର ଆସୋସିଏସନ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭର ଏକାଠି ହୋଇ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି । ଦାବି ପୂରଣ ପାଇଁ ପ୍ରତିବାଦ କରିଛନ୍ତି । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ରାସ୍ତା ଘାଟ ବସଷ୍ଟାଣ୍ଡ ଖାଁ ଖାଁ ହୋଇଛି । ଜିଲ୍ଲାର ପ୍ରାୟ ୨ଲକ୍ଷରୁ ଅଧିକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଖ ଚକ ସବୁ ବନ୍ଦ । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗାଡିକୁ ଅଟକାଇ ପ୍ରତିବାଦ କରିଛନ୍ତି ଡ୍ରାଇଭର ମହାସଂଘ । କେବଳ ଆମ୍ବୁଲାନ୍ସ, ପରୀକ୍ଷା ଦେବାକୁ ଯାଉଥିବା ଗାଡି ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡି ଛାଡ଼ୁଛନ୍ତି । ଅନ୍ୟ ସମସ୍ତ ଯାନବାହାନକୁ ଛାଡୁ ନାହାନ୍ତି । ଜିଲ୍ଲାର ସମସ୍ତ ବ୍ଲକ ଓ ସଦର ମହକୁମାରେ ଡ୍ରାଇଭର ରାସ୍ତାରେ ବସି ପ୍ରତିବାଦ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.