ସାଇବର କ୍ରାଇମର ଶିକାର ସୁବାସ ସିଂ, ଅଫିସିଆଲ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

By ETV Bharat Odisha Team

Published : Dec 17, 2023, 11:25 AM IST

thumbnail

କଟକ: ମେୟର ସୁବାସ ସିଂଙ୍କ ଅଫିସିଆଲ ଫେସବୁକ ଆକାଉଣ୍ଟ ହ୍ୟାକ୍‌ । କେହି ହ୍ୟାକର ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ହ୍ଯାକ କରି ଦେଇଛି । ଏହି ଘଟଣାକୁ ନେଇ ସାଇବର ପୋଲିସର ସହାୟତା ଲୋଡିଛନ୍ତି କଟକ ମେୟର । ସୋସିଆଲ ମିଡିଆକୁ ଚଲାଇବା ପାଇଁ 3ଟି ଟିମ୍‌ ଲଗିଥିଲା ବେଳେ କିନ୍ତୁ ତାହା ସଠିକ ଡ଼ଙ୍ଗରେ କାର୍ଯ୍ୟ କରୁନାହିଁ । ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଲେକଙ୍କୁ ସଚେତନତା କରାଇଛନ୍ତି ସୁବାସ ସିଂ ।  ମୋ ଆକାଉଣ୍ଟକୁ ବ୍ଲକ୍‌ କରି ଦିଅନ୍ତୁ, କାହିଁକିନା ଏବେ ହ୍ୟାକରଙ୍କ ହାତକୁ ଚାଲି ଯାଇଛି ବୋଲି କହିଛନ୍ତି ମେୟର । ସେ ସାଇବର ଥାନାର ଏନେଇ ଦ୍ୱାରସ୍ଥ ହେବା ସହ ଲୋକଙ୍କ ସହଯୋଗ ଲୋଡିଛନ୍ତି । ଶନିବାର ସୁବାସ ସିଂଙ୍କ ସୋସିଆଲ ମିଡିଆ ଅଫିସିଆଲ ଆକାଉଣ୍ଟ ହ୍ୟାକ ହୋଇଛି । କିଏ କରିଛି ତାହା ଏଯାବତ ଜଣାପଡିନାହିଁ । ସୁବାସ ସିଂ କଟକର ମେୟର ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ଗତକାଲି ଏହି ଘଟଣା ସାମ୍ନାକୁ ଆସିଛି । ଏହା ପଛରେ କାହାର ହାତ ଅଛି ତାହା ଜଣା ପଡ଼ିନଥିଲା ବେଳେ ଶୀଘ୍ର ଏହି ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରିବ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ସୁବାସ ସିଂ ।
ଏହା ମଧ୍ୟ ପଢନ୍ତୁ-ଆଇନଜୀବୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ଅର୍ଥ ଠକେଇ ଅଭିଯୋଗ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.