ଏକାମ୍ର କ୍ଷେତ୍ର ଭୂମି ପୂଜନ ଉତ୍ସବ; ଚୌକି ନମିଳିବାରୁ ମଞ୍ଚରୁ ଉଠି ଆସିଲେ ସୁର, ହାତ ଟାଣି ନେଲେ ମେୟର

By

Published : Jun 28, 2023, 5:00 PM IST

thumbnail

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରକୁ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପ । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ପାଇଁ ଅଧିକ ସୁବିଧା ସୁଯୋଗର ବିକାଶ କରିବା ଲାଗି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଛି ଏକାମ୍ର କ୍ଷେତ୍ର । ବେଦପାଠ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ମୁଖରିତ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବୈଦିକ ବ୍ରାହ୍ମଣ ଓ ପଣ୍ଡିତ ମାନେ କରୁଛନ୍ତି ହୋମ ଯଜ୍ଞ । ତେବେ ଏଠାରେ ବସିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଚୌକି ଖଣ୍ଡିଏ ମିଳିନଥିଲା । ଯାହାକୁ ନେଇ ବିଧାୟକ କ୍ଷୁବ୍ଧ ହୋଇଛନ୍ତି । 

ଭୂମି ପୂଜନ ଠାରେ ୪ ବିଧାୟକ ଉପସ୍ଥିତ ଥିବାବେଳେ ୩ ଜଣଙ୍କ ବସିବା ପାଇଁ ଚୌକି ରହିଥିଲା । ହେଲେ ସୁରଙ୍କୁ ଚୌକି ନମିଳିବାରୁ ଶେଷରେ ମଞ୍ଚସ୍ଥଳରୁ ଉଠି ଆସିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ପରେ ମେୟର ସୁଲୋଚନା ଦାସ ତାଙ୍କୁ ବୁଝାଇ ପୁଣିଥରେ ପୂଜା ଉତ୍ସବକୁ ନେଇଥିଲେ । ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସୁର । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.