ଉତ୍ତରାଖଣ୍ଡରେ ବରଫପାତ ସହ ପ୍ରବଳ ବର୍ଷା, ମାଇନସ 8 ଡିଗ୍ରୀକୁ ଖସିଲା ତାପମାତ୍ରା

By ETV Bharat Odisha Team

Published : Dec 6, 2023, 7:29 AM IST

thumbnail

ଡେରାଡୁନ: ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଆସିଛି ଅଦ୍ଭୁତପୂର୍ବ ପରିବର୍ତ୍ତନ । ହିମାଳୟ କ୍ଷେତ୍ରରେ ଆରମ୍ଭ ହୋଇଛି ବରଫପାତ ଏବଂ  ତଳିଆ ଅଞ୍ଚଳରେ ହେଉଛି ମୂଷଳଧାର ବର୍ଷା । ସୋମବାରଠାରୁ କେଦାରନାଥ ଧାମରେ ବରଫପାତ ଜାରି ରହିଛି । ସେଠାରେ ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ବରଫ ଖସିଛି । ଏଥି ଯୋଗୁଁ କେଦାରନାଥ ଧାମରେ ଚାଲୁ ରହିଥିବା ଦ୍ବିତୀୟ ଚରଣର ପୁନର୍ନିମାଣ କାମ ବନ୍ଦ ହୋଇଯାଇଛି । ସେଠାରେ 500ତରୁ ଅଧିକ ଶ୍ରମିକ ପୁନର୍ନିମାଣ କାମ କରୁଛନ୍ତି । କେଦାରନାଥ ଧାମର ପୁନର୍ନିମାଣ ଦାୟିତ୍ବରେ ଥିବା କମ୍ପାନୀର ମ୍ୟାନେଜର ମନୋଜ ସେମବାଲ କହିଛନ୍ତି ଯେ, ଲଗାତାର ବରଫପାତ ଯୋଗୁଁ ନିର୍ମାଣ କାମରେ ଅସୁବିଧା ହେଉଛି । ଏହା ଛଡ଼ା ରାତିରେ ତାପମାତ୍ରା ମାଇନସ 8 ଡିଗ୍ରୀ ସେଲସିୟସ୍ ଯାଏଁ ଖସିଯାଉଛି । ଏଥିପାଇଁ କାମକୁ ରୋକିବାକୁ ପଡ଼ୁଛି ଏବଂ ସମସ୍ତ ଶ୍ରମିକମାନଙ୍କୁ ସୋନ ପ୍ରୟାଗକୁ ଫେରିବାକୁ ପଡୁଛି । ଏଥିସହ ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ଶୀତର ପରିମାଣ ବଢ଼ି ଯାଇଛି । ପାଣିପାଗରେ ସୁଧାର ଆସିବା ପରେ ଯାଇ ପୁନର୍ନିମାଣ କାମ ପୁଣି ଆରମ୍ଭ ହେବ ।  

ଏହା ମଧ୍ୟ ପଢନ୍ତୁ ... Snowfall: ଧଳା ଚାଦରରେ ଆଚ୍ଛାଦିତ ବଦ୍ରିନାଥ ଓ କେଦାରନାଥ ଧାମ

କେଦାରନାଥ ଧାମରେ ସର୍ବୋଚ୍ଚ ତାପମାତ୍ରା 4 ଡିଗ୍ରୀ ସେଲସିୟସ୍ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ 8 ଡିଗ୍ରୀ ସେଲସିୟସ୍ ରହିଛି । ସେଠାରେ ଆଦ୍ରତା 54 ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି 6 କିଲୋମିଟର ରହିଛି । ସେହିପରି ବଦ୍ରିନାଥ ଧାମରେ ସର୍ବୋଚ୍ଚ ତାପମାତ୍ରା 4 ଡିଗ୍ରୀ ସେଲସିୟସ୍ ଥିଲା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ 8 ଡିଗ୍ରୀ ସେଲସିୟସ୍ ରହିଛି ।ସେଠାରେ ଆର୍ଦ୍ରତା 40 ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି 6 କିଲୋମିଟର ରହିଛି । 

ଏହା ମଧ୍ୟ ପଢନ୍ତୁ ... କାଶ୍ମୀରରେ ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ, ଦେଖନ୍ତୁ ଭିଡିଓ

ପାହାଡ଼ର ରାଣୀ ମସୌରୀରେ ସର୍ବୋଚ୍ଚ ତାପମାତ୍ରା 13 ଡିଗ୍ରୀ ସେଲସିୟସ୍ ଥିଲା ବେଳେ ସର୍ବନିମ୍ନ ତାପମାତ୍ରା 1 ଡିଗ୍ରୀ ସେଲସିୟସ୍ ରହିଛି । ସେଠାରେ ଆର୍ଦ୍ରତା 15 ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି 3 କିଲୋମିଟର ରହିଛି । ସରୋବରର ନଗରୀ ନୈନିତାଲରେ ସର୍ବୋଚ୍ଚ ତାପମାତ୍ରା 16 ଡିଗ୍ରୀ ସେଲସିୟସ୍ ଥିଲା ବେଳେ ସର୍ବନିମ୍ନ ତାପମାତ୍ରା 2 ଡିଗ୍ରୀ ସେଲସିୟସ୍ ରହିଛି । ସେଠାରେ ଆଦ୍ରତା 54 ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି 6 କିଲୋମିଟର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.