ନଦୀରେ ଭାସିଗଲା କାର, ୩ଯୁବକ ସୁରକ୍ଷିତ ଉଦ୍ଧାର

By ETV Bharat Odisha Team

Published : Sep 18, 2023, 8:31 PM IST

thumbnail

ଜଗତସିଂହପୁର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟର ପ୍ରମ୍ମୁଖ ନଦୀ ଗୁଡିକର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା ।ଫଳେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ହରିପୁରରେ ନଦୀରେ ଏକ କାର୍ ଭାସିଯାଇଥିଲା । କାରଟି ବନ୍ୟାଜଳରେ ଭାସିଯାଇ ଗୋଟିଏ ଗଛରେ ଲିଗିଥିଲା । ଏଥିରେ ୩ ଯାତ୍ରୀ ଥିବାବେଳେ ଘଟଣା ସ୍ଥଳରେ ଓଡ୍ରାଫର ଟିମ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରାଥିଲା  ।

ସୂଚନାଯୋଗ୍ୟ  ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ମହାନଦୀ ପଠା ରାହାମା-ହରିପୁର ରାସ୍ତା ଗଳିନଇରେ ଘଟିଛି ଏଭଲି ଅଘଟଣ ।ଗଳିନଇ ପୋଲରେ ବନ୍ୟାଜଳପ୍ରବାହିତ ହେଉଥିବା ବେଳେ ୩ ଜଣ ବକ୍ତି କାର୍ ଯୋଗେ ନଦୀ ପାର ହୋଉଥିଲେ । ଯାହାଫଳରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । କାର୍‌ ଭିତରେ ଥିବା ୩ଜଣ ଯୁବକ ଜୀବନ ବଞ୍ଚାଇବା ପାଇଁ ଭାସମାନ କାର ଉପରକୁ ଉଠିଯାଇ ଥିବା ବେଳେ କାରଟି ଏକ ସାହାଡା ଗଛରେ ଲାଗିଯାଇଥିଲା ।ଫଳରେ ବହୁ ସମୟ ଧରି ଭାସମାନ ଅବସ୍ଥାରେ ରହିଥିଲେ । ଏହି ଦୃଶ୍ୟକୁ ହଜାର ହଜାର ଲୋକ ଦେଖୁଥିବା ବେଳେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ଖବର ପାଇ ଓଡ୍ରାଫ ଟିମ ପହଞ୍ଚିଛି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଓଡ୍ରାଫର ଟିମ୍ ଏକ ମଟୋର ବୋଟ୍ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଥିଲେ । 

ଇଟିଭି ଭାରତ ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.