ବାଣୀବିହାର କ୍ୟାମ୍ପସ୍‌ ଭିତରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ

By ETV Bharat Odisha Team

Published : Dec 19, 2023, 6:52 AM IST

thumbnail

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍‌ ମଧ୍ୟରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌ । ପରିଜା ଲାଇବ୍ରେରୀ ସାମ୍ନାରେ କାରଟି ରହିଥିବା ବେଳେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁରେ କାର ସମ୍ପୂର୍ଣ୍ଣ ଭାବରେ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି । ତେବେ ଏହି କାର୍‌ ଜଣେ ଛାତ୍ରଙ୍କର ହୋଇଥିବାର ସୂଚନା ଥିବାବେଳେ ଏହା କିପରି ଜଳିଲା, କିଏ ନିଆଁ ଲଗେଇଲା ତାହା ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କାରର ମାଲିକାନା ଜଣାପଡି ନାହିଁ । କେମିତି କାରରେ ନିଆଁ ଲାଗିଲା ସେନେଇ ତନାଘନା ଆରମ୍ଭ ହୋଇଛି  । 

ଏହା ମଧ୍ୟ ପଢନ୍ତୁ: ପ୍ରସିଦ୍ଧ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ, ଦୀପ ଗୃହରେ ଲାଗିଲା ନିଆଁ...

ସୂଚନା ଅନୁଯାୟୀ, ଗତ ରାତିରେ ପରିଜା ଲାଇବ୍ରେରୀ ନିକଟରେ ଜଣେ ଛାତ୍ରଙ୍କ କାର ଥିବାବେଳେ ଅଚାନକ ଭାବରେ ଏଥିରେ ନିଆଁ ଲାଗିଯାଇଥିଲା । କେମିତି ଲାଗିଲା, କିଏ ଲଗାଇଲା ତାହା ଜାଣିବା ପୂର୍ବରୁ ହୁତୁହୁତୁ ହୋଇ ଜାଳିବା ଆରମ୍ଭ କରିଥିଲା ଗାଡି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ହେଁ କାର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ତେବେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଏଭଳି ନିଆଁ ଲାଗିବା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏହିଭଳି ଘଟଣା ବାରମ୍ବାର ହୋଇଛି । ପୂର୍ବରୁ ଏକାସାଙ୍ଗରେ ୫ଟି ବାଇକରେ ନିଆଁ ଲାଗିବା ସହ କ୍ୟାମ୍ପସ ମଧ୍ୟରେ ମଧ୍ୟ ନିଆଁ ଲାଗିଥିଲା । କେହି ଦୁର୍ବୃତ୍ତ ହଷ୍ଟେଲ ମଧ୍ୟରେ ଥିବା ବାଇକରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ଅଭିଯୋଗ ହୋଇଥିଲା, ନିର୍ବାଚନୀ ହିଂସାକୁ ନେଇ କିଛି ଛାତ୍ର ଏହି କାଣ୍ଡ ଭିଆଇଥିଲେ । ଏହାସହିତ ବିଗତ ଦିନରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟ ବିଲଡିଂରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିରେ ଅନେକ ମୁଖ୍ୟ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.