ପ୍ରସିଦ୍ଧ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ, ଦୀପ ଗୃହରେ ଲାଗିଲା ନିଆଁ....

By ETV Bharat Odisha Team

Published : Dec 16, 2023, 10:50 PM IST

thumbnail

ବ୍ରହ୍ମପୁର: ଧନୁ ସଂଙ୍କ୍ରାନ୍ତିରେ ଅଘଟଣ । ରାଜ୍ୟର ପ୍ରମୁଖ ତଥା ପ୍ରଶିଦ୍ଧ ଶକ୍ତିପୀଠ କୁହାଯାଉଥିବା ମା' ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ ।  ଦୀପ ଘରେ ନିଆଁ ଲାଗି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଆଜି ସଂଙ୍କ୍ରାନ୍ତି ରହିଥିବା ବେଳେ ମା'ଙ୍କ ପୀଠରେ ଦିନ ତମାମ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ତେଣୁ ଦୀପ ଘରେ ଅଧିକ ଦୀପ ଲାଗିବା କାରଣରୁ ଏହିପରି ଅଗ୍ନିକାଣ୍ଡ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆୟତ୍ତ କରାଯାଇଛି । ସେପଟେ ମା' ତାରାତାରିଣୀ ପୀଠର କର୍ତ୍ତୁପକ୍ଷ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଆବଶ୍ୟକ ଠାରୁ ଅଧିକା ଦୀପ ଲାଗିବା କାରଣରୁ ଏପରି ହୋଇଥିବା କୁହାଯାଉଥିବା ବେଳେ ସେଭଳି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏହାସହ ନିଆଁକୁ ଆୟତ କରାଯାଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.