ମିମିକ୍ରି ଝଡ, ଜୟପୁର ଓ ଭୋପାଳରେ ବିଜେପିର ବିକ୍ଷୋଭ

By ETV Bharat Odisha Team

Published : Dec 20, 2023, 7:43 PM IST

thumbnail

ଜୟପୁର/ଭୋପାଳ: ରାଜ୍ୟସଭା ଅଧ୍ୟକ୍ଷ ଦଗଦୀପ ଧନଖଡ଼ଙ୍କ ମିମିକ୍ରି କରିଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ଜୋରଦାର ବିରୋଧ । କଲ୍ୟାଣ ବାନାର୍ଜୀଙ୍କ ନକଲ ପ୍ରତିବାଦରେ ଜୟପୁର ଏବଂ ଭୋପାଳରେ ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ । ବିଜେପି ସମର୍ଥକମାନେ ଜୟପୁରରେ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ସେହିପରି ଭୋପାଳରେ  କଲ୍ୟାଣଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ବିଜେପି କର୍ମୀ । ଟିଏମସି ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ସେପଟେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନକଲ କରିଥିବା କଲ୍ୟାଣ ବାନାର୍ଜୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଗତକାଲି ସଂସଦ ପରିସରରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନେଇ ମିମିକ୍ରି କରିଥିଲେ । କଲ୍ୟାଣଙ୍କ ମିମିକ୍ରିକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି ।  


ଏହାମଧ୍ୟ ପଢ଼ନ୍ତୁ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ମୁର୍ମୁଙ୍କ ଚିନ୍ତା ପ୍ରକଟ, ଧନଖଡ଼ଙ୍କୁ ଫୋନ୍ କଲେ ମୋଦି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.